Odisha news

କୋଭିଡ୍‍ ହସ୍ପିଟାଲରେ ଇଂ.ସୁଶାନ୍ତ ପଢିଆରୀଙ୍କ ପରଲୋକ

0

ଭଦ୍ରକ :ଭଦ୍ରକ ୧୧ନମ୍ବର ଓ୍ୱାର୍ଡ ନରୀପୁର ଅଧିବାସୀ ତଥା ଅସୁରାଳି ସ୍ଥିତ “ବେଷ୍ଟ’ ଇଂଜିନିୟରିଂ କଲେଜ ଅଧ୍ୟାପକ ଇଂ.ସୁଶାନ୍ତ ପଢିଆରୀଙ୍କ ଆଜି ଭୁବନେଶ୍ୱର ସ୍ଥିତ ଏକ କୋଭିଡ୍‍ ହସ୍ପିଟାଲରେ ପରଲୋକ ଘଟିଛି । ମୃତୁ୍ୟବେଳକୁ ତାଙ୍କୁ ୫୪ବର୍ଷ ବୟସ ହୋଇଥିଲା । ଥଣ୍ଡା ଓ ଜ୍ୱରରେ ପୀଡିତ ହୋଇ ସେ ଭଦ୍ରକ ଜିଲ୍ଲା ହସ୍ପିଟାଲ, ପରେ ସାଳନ୍ଦୀ କୋଭିଡ୍‍ ହସ୍ପିଟାଲରୁ ସ୍ଥାନାନ୍ତରିତ ହୋଇ ଯାଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୃତ ସୁଶାନ୍ତ ଭଦ୍ରକ ପୌରପାଳିକାର ପ୍ରାକ୍ତନ ଉପାଧ୍ୟକ୍ଷା ଗୀତାଞ୍ଜଳି ପଢିଆରୀଙ୍କ ସାନ ଭାଇ ଓ ୧୧ନମ୍ବର ଓ୍ୱାର୍ଡର ପ୍ରାକ୍ତନ ପାରିଷଦ ଶରତ ପଢିଆରୀଙ୍କ ବଡଭାଇ

Nalco
Leave A Reply