Odisha news

କଣାସ ବନ୍ୟା ଖେତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ

0

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକରେ ଚଳିତ ବନ୍ୟାରେ  ଅନେକ କ୍ଷେୟଖେତୀ ହୋଇଯାଇଛି ।ସେଥିପାଇଁ ଗୁରୁବାର ଅପରାହ୍ନରେ ପାଣ୍ଡିଆକେରା ପଂଚାୟତ ନୂଆସାହି ଠାରେ ହୋଇଥିବା ଘାଇ ପରିଦର୍ଶନ କରିଥିଲେ ।କେନ୍ଦ୍ର ଗୃହମନ୍ତ୍ରାଳୟ ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠ ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ମତିଆପଡା ନୂଆସାହି ରେ ପହଞ୍ଚି ଘାଇ ସବୁ ଦେଖିବା ସହିତ ଏହାର କ୍ଷେୟଖେତି ଉପରେ ଆକଳନ କରିଥିଲେ ।ଚାଷୀମାନଙ୍କର ଚାଷ ସଂପୂର୍ଣ୍ଣ ଉଜୁଡି ଯାଇଛି ସେଥିପାଇଁ ଚାଷୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।ଚାଷୀମାନଙ୍କ ଅବସ୍ଥା କିଭଳି ସୁଧୁରିବ ସେଥିପାଇଁ କେନ୍ଦ୍ର ଯୁଗ୍ମ ସଚିବ ଜିଲ୍ଲାପାଳଙ୍କୁ  କହିଥିଲେ ।

ପରେ ମତିଆପଡା ନୂଆସାହି କୁ ଯାଇ ଗ୍ରାମବୁଲି ଦେଖିବା ସହ ବିପନ୍ନଙ୍କ ଭଙ୍ଗା ଘର ବୁଲି ଦେଖିଥିଲେ ।ଗ୍ରାମବାସୀ ପୁରୀ ଜିଲାପାଳଙ୍କୁ ନଦୀ ବନ୍ଧ ଠାରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ଥାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ପାଇଁ କହିଥିଲେ ।ଏହି ପରିଦର୍ଶନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ,ଖୋର୍ଦ୍ଧା ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ  ସୁଶୀଲ କୁମାର ବେହେରା,ଜଳ ସେଚନ ବିଭାଗର ଏସ୍ଡିଓ ଶରତ ଚନ୍ଦ୍ର ସାହୁ,କଣାସ ବିଡ଼ିଓ ଲୋଚନ ଦାସ,ତହସିଲଦାର ଲକ୍ଷ୍ମୀନ୍ଧର ମହାରଣା,ଅତିରିକ୍ତ ତହସିଲଦାର ସହଦେଵ ସାହୁ,ଗ୍ରାମ୍ୟଉନୟନ ଏସ୍ଡିଓ ସରୋଜ କୁମାର ପଣ୍ଡା,ସହକାରୀ କୃଷି ଅଧିକାରୀ ପଦ୍ମଲୋଚନ କର,ଜିଲ୍ଲା ଅତିରିକ୍ତ ମସ୍ଚୟ ଅଧିକାରୀ ସୁଭଶ୍ରୀ ଦାସ,ଉଦ୍ୟାନ ଅଧିକାରୀ ଯୋଗେନ୍ଦ୍ର ମହାପାତ୍ର,ଜଳଯୋଗାଣ କନିଷ୍ଟ ଯନ୍ତ୍ରୀ ରଞ୍ଜନ ସାମନ୍ତରାୟ,ସିଡିପିଓ ଏ.ଉସାରାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply