Odisha news

ଭଦ୍ରକରେ ଲୁଟେରାଙ୍କ ପୋଲିସକୁ ଚ୍ୟାଲେଞ୍ଜ ଦୋକାନ ପଛକାନ୍ଥ କଣା କରି ଲୁଟି ନେଲେ ୨୦ଲକ୍ଷ ଟଙ୍କାର ମୋବାଇଲ ଓ ଟଙ୍କା

0

ଭଦ୍ରକ:ଭଦ୍ରକରେ ଏବେ ଲୁଟେରା ସକ୍ରୀୟ । ନିୟମିତଭାବେ ଛୋଟବଡ ଲୁଟ୍‍ତରାଜ ଘଟିଚାଲିଛି । ଯାହାକି ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଗତ ୫ତାରିଖ ସହର ଉପକ= ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର କଲ୍ୟାଣନଗର ଅଧିବାସୀ ପ୍ରଫୁଲ୍ଲ ନାୟକଙ୍କ ଘର ତାଲା ଭାଙ୍ଗି ବଡଧରଣର ଚୋରି ହୋଇଥିଲା । ପ୍ରାୟ ୫ଲକ୍ଷ ଟଙ୍କାର ମୂଲ୍ୟର ସୁନାଗହଣା ସହ ନଗର ୪୫ହଜାର ଟଙ୍କା ଲୁଟ କରିଥିଲେ ଲୁଷଟରା । ଏହି ଲୁଟ୍‍ ଘଟଣାକୁ ୨୪ଘଣ୍ଟା ନପରୁଣୁ ଗତ କାଲି ବିଳମ୍ବିତ ରାତିରେ ସହରାଞ୍ଚଳ ଥାନା ନିକଟବର୍ତ୍ତୀ ନୂଆବଜାର ଗାନ୍ଧିପଡିଆ ସମ୍ମୁଖରେ ଥିବା “କିଡସ୍‍ ଓ୍ୱାଲï’ନାମକ ମୋବାଇଲ ଦୋକାନ ପଛକାନ୍ଥ ଭାଙ୍ଗି ଦୁର୍ବୁତ୍ତମାନେ ନଗଦ ପ୍ରାୟ ଦେଢଲକ୍ଷ ଟଙ୍କା ସହ ପ୍ରାୟ ୨୦ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ମୋବାଇଲ ଲୁଟ୍‍ କରିଛନ୍ତି । ପ୍ରକାଶ ଯେ: ଗତକାଲି ବିଳମ୍ବିତ ରାତିପ୍ରାୟ ୧୦ଟା ବେଳେ ଉକ୍ତ ଦୋକାନ ବନ୍ଦ ହୋଇଥିଲା । ଲୁଟେରାମାନେ ବିଳମ୍ବିତ ରାତିରେ ଦୋକାନ ପଛ କାନ୍ଥକୁ ତାଡି ପ୍ରାୟ ଦେଢଫୁଟର ଏକ ଗାତ କରି ଦୁର୍ବୁତ୍ତ ଭିତରକୁ ପଶି ଦୋକାନରେ ଥିବା ୨୧୦ଟି ନୂଆ ଓପୋ, ବିଭୋ, ରିଏଲମି ଓ ଆପେଲ ମୋବାଇଲ ସମେତ ୨୦ଟି ପୁରୁଣା ମୋବାଇଲ ଫୋନ୍‍ ଲୁଟ୍‍ କରିଛନ୍ତି । ଦୋକାନ କ୍ୟାସ୍‍ବକ୍ସରେ ଥିବା ପ୍ରାୟ ଦେଢଲକ୍ଷ ଟଙ୍କାକୁ ବି ଲୁଟି ନେଇଛନ୍ତି । ଆଜି ସକାଳେ ଦୋକାନ ଖୋଲିବା ପରେ ଜଣେ କର୍ମଚାରୀ ଏହା ଜାଣିବାକୁ ପାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଟାଉନ ଥାନା ଆଇଆଇସି ଚନ୍ଦନ ଘଡେଇ ଆସି ତଦନ୍ତ କରିଥିଲେ । ପରେ ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀ କୁକୁର ଆସି ତଦନ୍ତ ଚଳାଇଥିଲେ । ଘଟଣା ସମ୍ପର୍କରେ ଦୋକାନ ମାଲିକ ପୁରୁଣା ବଜାର ଅଞ୍ଚଳର ଶମ୍ଭୁ ନନ୍ଦୀଙ୍କ ପନିୀ ମାନସୀ ନନ୍ଦୀ ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି । ତେବେ ଲୁଟେରାଙ୍କ କାରନାମା ଦୋକାନରେ ଥିବା ସିସି କ୍ୟାମେରାରେ କ୍ୟାପଚର ହୋଇଛି । ଅନ୍ୟପକ୍ଷେ ଲୁଟେରାଙ୍କ ଉପଦ୍ରବ ବୃଦ୍ଧି ନେଇ ପୋଲିସ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି ।

Leave A Reply