Odisha news

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଗୁରୁତର

0
ବେତନଟୀ :  ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର  ଗଡ଼ଦେଉଳିଆ ଛକ ନିକଟରେ ଶନିବାର ଅପରାହ୍ନ ୨ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟିଯାଇଛି । ରାସ୍ତା ଉପରେ ବେଆଇନ ଭାବେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଜଣେ ବାଇକ୍ ଆରୋହୀ ଧକ୍କା କରିବା ଫଳରେ ବାଇକ ଚାଳକ ସମେତ ପଛରେ ବସିଥିବା ଯୁବକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଯୁବକ ମାନେ ହେଲେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଞ୍ଚଳର ସୁକୁଲ ମାଝୀର ପୁଅ ରୁଷିଆ ମାଝୀ ଓ ତାଙ୍କ ବନ୍ଧୁ l
ସୂଚନା ମୁତାବକ,  ଆଜି ମଧ୍ୟାହ୍ନରେ ରୁଷିଆ ନିଜର ଜଣେ ବନ୍ଧୁଙ୍କୁ ପଛରେ ବସାଇ ଓଡି୦୧ଏକ୍ୟୁ-୯୬୮୧ନଂ ବିଶିଷ୍ଟ ଏକ ହିରୋ ବାଇକରେ ବାରିପଦାରୁ ବାହାରି ନିଜ ଘର ଚାନ୍ଦିପୁର ପଟକୁ ଦ୍ରୁତଗତିରେ ଯାଉଥିବା ସମୟରେ କଳମା ଛକ ନିକଟସ୍ଥ ପଞ୍ଜାବୀ ଢ଼ାବା ସମ୍ମୁଖରେ  ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଶକ୍ତ ଧକ୍କା ଦେଇଥିଲେ l ଫଳରେ ଘଟଣା ସ୍ଥଳରେ ବାଇକଟି ରାସ୍ତାରୁ ୧୦ଫୁଟ ଦୁରକୁ ଛିଟିକି ପଡିଥିବାବେଳେ ଚାଳକ ରୁଷିଆ ହେଲମେଟ ପିନ୍ଧିଥିବା ଯୋଗୁଁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ l ତଥାପି ରୁଷିଆର ମୁହଁ ଓ ଗୋଡ଼ରେ ଶକ୍ତ ଆଘାତ ଲାଗି ଦାନ୍ତ ସବୁ ଝଡି ଯାଇଥିଲା l ସେହିଭଳି ତାଙ୍କ ପଛରେ ବସିଥିବା ରୁଷିଆଙ୍କ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇଥିଲେ l ହେଲେ ଦୁର୍ଘଟଣା ଘଟୁ ଘଟୁ ଟ୍ରକ ଚାଳକ ସଙ୍ଗେ ସଙ୍ଗେ ଟ୍ରକ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l  ଘଟଣାସ୍ଥଳରେ ବୈଶିଙ୍ଗା ଥାନା ଏସଆଇ ଦେବାଶିଷ ମଣ୍ଡଳ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଉଭୟ ଗୁରୁତରଙ୍କୁ ବୈଶିଙ୍ଗା ଡାକ୍ତରଖାନା ନେଇଥିଲେ l ସେଠାରେ ସେମାନଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା l

Leave A Reply