Odisha news

ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ନେଇ ଶ୍ରୀଜଗନ୍ନାଥ ସେନା ଗଞ୍ଜାମ ଜିଲ୍ଲାରୁ ଧନ୍ୟବାଦ ପ୍ରସ୍ତାବ ଆରମ୍ଭ

0
ବ୍ରହ୍ମପୁର :  ରାଜ୍ୟ ରେ ବିଜେପି ମୋହନ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚାରି ଦୁଆର ତୁରନ୍ତ ଖୋଲା ଯାଇ ଥିବା ରୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଗଞ୍ଜାମ ଜିଲ୍ଲାରୁ ଧନ୍ୟବାଦ ପ୍ରସ୍ତାବ ଆରମ୍ଭ ହୋଇଛି।
ଚାରି ଦ୍ବାର ଖୋଲିବାକୁ ଜଗନ୍ନାଥ ସେନା ପକ୍ଷରୁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହା ଏବେ ସଫଳ ହୋଇଛି l ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦୁଆର ଖୋଲି ଦେଇଛନ୍ତି l ସେଥିପାଇଁ ରାଜ୍ୟ  ମୋହନ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି। ହେଲେ ସମସ୍ତ ଧନ୍ୟବାଦ ଯିବ ଗଞ୍ଜାମ ଜିଲ୍ଲାବାସୀଙ୍କୁ l କାରଣ ବିଜେଡି ସରକାର ଚାରି ଦୁଆରକୁ ବନ୍ଦ ରଖି ଭକ୍ତିମାନଙ୍କୁ ଯେଉଁ ଭଳି ଭାବେ ଜଗନ୍ନାଥଙ୍କ ଦର୍ଶନ ରେ କଲବଲ କରୁଥିଲେ ତାହାର ଜବାବ ଓଡ଼ିଶାବାସୀ ବିଜେଡି ସରକାରଙ୍କୁ ନିର୍ବାଚନରେ ଦେଇଛନ୍ତି l ମହାପ୍ରଭୁଙ୍କ ନିକଟରେ ଭକ୍ତି ହେଉଛି ମହାନ l ଭକ୍ତି ଯେତେବେଳେ କଷ୍ଟ ପାଆନ୍ତି ସେତେବେଳେ ମହାପ୍ରଭୁ ଅସହ୍ୟ ହୁଅନ୍ତି l ତେଣୁ ମହାପ୍ରଭୁଙ୍କ କୋପରୁ ବିଜେଡି ସରକାରଙ୍କ ପତନ ଘଟିଛି ବୋଲି କହି ଛନ୍ତି। ଗଞ୍ଜାମ ମାଟିରୁ ଶ୍ରୀଜଗନ୍ନାଥ ସେନା ସେପ୍ଟେମ୍ବର ୮ ତାରିଖରୁ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା,ରତ୍ନ ଭଣ୍ଡାର ଖୋଲିବା, କାମିଆ ନାନୀ ଓ ତାମିଲ ନନାଙ୍କୁ ଧରାଶାୟୀ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା l ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଦେବା ସହ କାଞ୍ଚି ଲୁଟେରା ତାମିଲ ନନା ଗିରଫ ନହେବା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ l ବ୍ରହ୍ମପୁରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରରୁ ଭକ୍ତି ଅଭିଯାନ ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଇ ସମଗ୍ର ଓଡ଼ିଶା ଭ୍ରମଣ କରିଥିଲା l ସେଥିପାଇଁ ଗଞ୍ଜାମ ଜିଲ୍ଲାବାସୀ ଙ୍କୁ ଧନ୍ୟବାଦ ଦେବାକୁ ଏହି ଭକ୍ତି ଜନ ସମ୍ପର୍କ ଧନ୍ୟବାଦ ଯାତ୍ରା ଆରମ୍ଭ ହୋଇଛି। ବ୍ରହ୍ମପୁର ପରେ ଏହା ସମଗ୍ର ଜିଲାରେ ବୁଲିବ। ପରେ ଓଡ଼ିଶାର ପୁରପଲ୍ଲୀକୁ ଯାତ୍ରା କରିବ ବୋଲି ଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ମନୋଜ ମହାପାତ୍ର,ଆଇନଜୀବୀ ସନ୍ତୋଷ ରାଉତ, ଶ୍ରୀଜଗନ୍ନାଥପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply