Odisha news

ରାମନବମୀ ପାଳନ ଉପଲକ୍ଷେ ହନୁମାନ ବାଟିକା ପକ୍ଷରୁ ପ୍ରସ୍ତୁତି ବୈଠକ

0
ବେତନଟୀ :  ଆସନ୍ତା ବାସନ୍ତୀ ଦୁର୍ଗାପୂଜା ଅବସରରେ ରାମନବମୀ ଦିନ ହନୁମାନ ବାଟିକା ଠାରେ “ରାମନବମୀ ଉତ୍ସବ” ପାଳନ କରାଯିବ ବୋଲି କମିଟୀ ତରଫରୁ ପ୍ରକାଶ କରିଛନ୍ତି।ହନୁମାନ ବାଟିକା ଠାରେ ନବ ନିର୍ମିତ ହନୁମାନ ମନ୍ଦିର ଗତ ଜାନୁଆରୀ ମାସରେ ପ୍ରତିଷ୍ଠା କରାଯାଇଥିଲା। ମନ୍ଦିର ର ଦୈନନ୍ଦିନ ସେବା ଅର୍ଚ୍ଚନା କରାଯିବା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଆସନ୍ତା ବାସନ୍ତୀକ ଦୁର୍ଗାପୂଜାରେ ଏହି ମନ୍ଦିରରେ ରାମନବମୀ ଉତ୍ସବ ମହାସମାରୋହରେ ପାଳନ କରାଯିବାର ସିଦ୍ଧାନ୍ତ ନିଆ ଯାଇଛି। ଏଥିପାଇଁ ରବିବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। କମିଟୀର ସଭାପତି ଗଦାଧର ମଣ୍ଡଳ, ସମ୍ପାଦକ ବିଶ୍ଵମ୍ବର ରାଉତ, କୋଷାଧ୍ୟକ୍ଷ ଜୟନ୍ତ ପରିଡାଙ୍କ ସମେତ ଅଜୟ କୁମାର ସାହୁ,ଜନ୍ମେଞ୍ଜୟ ଭଟ୍ଟ, ଅଜିତ ସେନାପତି, ସତ୍ୟପ୍ରକାଶ ପ୍ରଧାନ, ଓମପ୍ରକାଶ କର, ପୂଜକ ସତ୍ୟବ୍ରତ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଶ୍ରଦ୍ଧାଳୁ ମାନଙ୍କୁ ଯୋଗ ଦେବାପାଇଁ କମିଟି ତରଫରୁ ନିବେଦନ କରାଯାଇଛି।
Leave A Reply