ବଡ଼ସାହି ନିର୍ବାଚନ ମଣ୍ଡଳୀର ମହାମିଶ୍ରଣ ପର୍ବ ଅନୁଷ୍ଠିତ : ବିଜେଡିକୁ ଫେରିଲେ ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀଙ୍କ ସମେତ ଶହସ୍ରାଧିକ ପୁରୁଷ ଓ଼ ମହିଳା
ବେତନଟୀ : ବଡ଼ସାହି ନିର୍ବାଚନମଣ୍ଡଳୀର ଦୁର୍ଗାପୁର ଗ୍ରାମ ପଡିଆ ରେ ବିଜେଡିର ମହମିଶ୍ରଣ ପର୍ବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ବିଜେଡିକୁ ପୁଣି ଘର ବାହୁଡା଼ କରିଥିବା ଜଣାଯାଇଛି । ଯାହାକି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ମହାମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି,ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ଉପନଗରପାଳ ସୀମା ଦାସ, ଜିଲା ପରିଷଦ ଅଧକ୍ଷା ଭାରତୀ ହାଁସଦା, ପୁର୍ଣିମା ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ଵନାଥ ହେମ୍ବ୍ରମ, ସୁବାସିନୀ ନାଏକ, ଧାନୀ କିସ୍କୁ, ବଡସାହି ବ୍ଲକ ଅଧ୍ୟକ୍ଷା ମିନତୀ ସିଂ, ଉପାଧ୍ୟକ୍ଷା କାଞ୍ଚନ ପ୍ରଧାନ, ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ, ଉପାଧ୍ୟକ୍ଷ ଦେବଦତ୍ତ ତିଆଡି, ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁନୀଲ ନାୟକ,ରାଜକିଶୋର ଆଚାର୍ଯ୍ୟ, ଲଲାଟେନ୍ଦୁ ବେହେରା, କରମଚାନ୍ଦ କାଳନ୍ଦୀ, ଯାମିନକାନ୍ତ ନାଏକ, ତପନ ପତି, ସନ୍ତକ ଲେଙ୍କା, ରାକେଶ ମହାପାତ୍ର, ନିହାର ରଞ୍ଜନ ମହାପାତ୍ର, ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ। ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ଜେଏମଏମ , ବିଜେପି, କଂଗ୍ରେସ ଆଦି ଦଳର ୧ହଜାରରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ମାନେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। କାର୍ଯ୍ୟକ୍ରମରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତର ୮ହଜାରରୁ ଉର୍ଦ୍ଧ ଦଳୀୟ କର୍ମୀ ଯୋଗ ଦେଇଥିଲେ । ସୂଚନା ଥାଉକି, ବଡ଼ସାହି ନୂତନ ବିଧାନସଭା କ୍ଷେତ୍ର ଭାବେ ଗଠିତ ହେବା ପରେ ଶ୍ରୀ ସେଠୀ ୨୦୦୯ ମସିହାରେ ବିଜେଡି ଦଳରୁ ଟିକଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡି ଛାଡି ବିଜେପି କୁ ଯାଇଥିଲେ । ଅଭିମାନରେ ନିଜର ସମର୍ଥକଙ୍କ ସହିତ ଶ୍ରୀ ସେଠୀ ବିଜେଡି ଛାଡି ବିଜେପିରେ ମିଶିଥିଲେ। ସେଠାରେ ତାଙ୍କୁ ଗୁରୁତ୍ୱ ଦିଆନଯାଇ ତାଙ୍କୁ ଅଣଦେଖା କରି ଚାଲିଥିଲେ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରତି ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପ୍ରଭାବିତ କରିଥିଲା। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ସହ ସେ ବିଜେଡି ଯୋଗଦାନ କରିଛନ୍ତି।
