ଚୈଶିଙ୍ଗା ହନୁମାନ ବାଟିକାରେ ବିଗ୍ରହ ସ୍ଥାପନ, ଧୂଜା ରୋପଣ ଅନୁଷ୍ଠିତ , ବରଦା ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶ୍ରୀରାମ ଶୋଭାଯାତ୍ରା ସମସ୍ତଙ୍କୁ ବିମୋହିତ କରିଥିଲା
ବେତନଟୀ : ଗତ ୧୭ ତାରିଖ ଠାରୁ ହନୁମାନ ବାଟିକା ଠାରେ ଚାଲିଥିବା ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ୨୨ତାରିଖ ଦିନ ମନ୍ଦିର ପ୍ରତିଷ୍ଠା ପରେ ଶ୍ରୀଶ୍ରୀ ବଜରଙ୍ଗବାଲି ଙ୍କ ମୁଗୁନି ପଥରରେ ନିର୍ମିତ ବିଗ୍ରହଙ୍କୁ ଆସ୍ଥାନରେ ଉପବେଶ କରାଯାଇ ନ୍ୟାସ ଦିଆ ଯାଇଥିଲା।ଏହାପରେ ସମବେତ ଭକ୍ତଗଣ ଦର୍ଶନ କରିବାର ସୁଯୋଗ ପାଇଥିଲେ। ପୁରୋହିତଙ୍କ ସହଯୋଗରେ ବଜରଙ୍ଗ କମିଟିର ସଦସ୍ୟ ମାନେ ଶ୍ରୀରାମ ଧୂଜା କୁ ମନ୍ଦିର ଚୂଡାରେ ଲଗାଇଥିଲେ।ମାନସିକଧାରୀ ମହିଳାମାନେ ଚୂଡା ଗର୍ଭରେ ବହୁ ମୂଲ୍ୟବାନ ଧାତୁ ପ୍ରକ୍ଷେପ କରିଥିଲେ। ଆଜି ଅଯୋଧ୍ୟାରେ ଶ୍ରୀରାମ ଲଲା ଙ୍କ ବିଗ୍ରହ ସ୍ଥାପନ ହେତୁ ସାରା ଦେଶ ରାମମୟ ଥିବାବେଳେ ବୈଶିଙ୍ଗା ରେ ଶ୍ରୀରାମ ଙ୍କ ପରମ ଭକ୍ତ ଶ୍ରୀଶ୍ରୀ ବଜରଙ୍ଗବାଲି ଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଅଞ୍ଚଳବାସୀଙ୍କ ମନରେ ଏକ ଆନନ୍ଦ ଆଣି ଦେଇଛି। ବିଭିନ୍ନ ଅଞ୍ଚଳରୁ ମହିଳା ଓ ପୁରୁଷ ଭକ୍ତ ସମବେତ ହୋଇଥିବାର ଦେଖିବାକୁ ମିଳିଥିଲା।ବରଦା ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର କୁନି କୁନି କୁନି ପିଲାମାନଙ୍କର ରାମ, ଲକ୍ଷ୍ମଣ, ସୀତା, ହନୁମାନ, ଜାମ୍ବବାନ ବେଶ ସହିତ ଶତାଧିକ ପିଲାଙ୍କର ଶ୍ରୀରାମ ଶୋଭାଯାତ୍ରା ଅତ୍ୟନ୍ତ ମନମୁଗ୍ଧକର ଥିଲା। ବହୁ ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ସମବେତ ହୋଇଥିବାର ଦେଖାଯାଇଥିଲା।