ବେତନଟୀ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ମାନେ ଘନ ଘନ ଗସ୍ତ କରିବା ଯୋଗୁଁ ବଡସାହି ବିଧାନକ୍ଷେତ୍ର ସହିତ ବାଲେଶ୍ଵର ଓ ମୟୂରଭଞ୍ଜ ଉଭୟ ଜିଲ୍ଲା ପାଇଁ ମଧ୍ୟ ଏକ ସତର୍କ ଘଣ୍ଟି କୁହାଯାଇ ପାରେ l ଗତ ତିନି ଦିନ ତଳେ କେନ୍ଦ୍ରମନ୍ତ୍ରୀ ପୁରସ୍ତମ ରୂପାଲା ହଠାତ ସନ୍ଧ୍ୟାରେ ପହଞ୍ଚି କୈଳାସ ହଚେରୀର ମଲ୍ଟି-ସ୍ପେସିସ୍ ପ୍ଳାଣ୍ଟ୍ ଉଦ୍ଘାଟନ କରି ଚାଲିଯିବା ପରେ ଶନିବାର ୧୩ ତାରିଖ ଏହି ଅଞ୍ଚଳକୁ ପୁଣି ଆସୁଛନ୍ତି ମାନ୍ୟବର କେନ୍ଦ୍ର ରେଳ , ଯୋଗାଯୋଗ ଓ ଆଇ ଟି.ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ଦିବା ଘ .୩.୧୫ ମିନିଟରେ ମୁକ୍ତାପୁର ପଞ୍ଚାୟତର ମଣତାପାଳ ଠାରେ ବିଏସଏନଏଲର 4G ଟାୱାର ର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହାପରେ ଅପରାହ୍ମ ୪ ଘଟିକା ସମୟରେ ବେତନଟୀ ରେଳ ଷ୍ଟେସନ ଠାରେ କମ୍ପୁଟରୀକରଣ ଟିକେଟ ବ୍ୟବସ୍ଥା ସହିତ ଫ୍ଲାୟ ଓଭରବ୍ରୀଜ୍ ର ଶୁଭାରମ୍ଭ କରାଯିବାର ସ୍ଥିର କରାଯାଇଥିବାର ଡାକବାଜି ଜରିଆରେ ପ୍ରଚାର ହେଉଥିବା ଶୁଣିବାକୁ ମିଳିଛି । ଏଥିପାଇଁ ରେଳ ଷ୍ଟେସନ ନିକଟରେ ଦଶ ହଜାର ଲୋକଙ୍କ ସମାଗମ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି। ତାଙ୍କ ସହିତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବଡ଼ ସାହି ବିଧାୟକ ସନାତନ ବିଜୁଳି ଙ୍କ ସମେତ ଜଳୀୟ କର୍ମକର୍ତ୍ତାମାନେ ଯୋଗଦେବାର ସିଦ୍ଧାନ୍ତ ହୋଇଛି ବୋଲି ବିଜେପି କର୍ମକର୍ତା ପ୍ରକାଶ କରିଛନ୍ତି।