Odisha news

ଡାକ୍ତରଖାନା ଛକ ନିକଟସ୍ଥ ରାସ୍ତା ଅବସ୍ଥା ଶୋଚନୀୟ : ଜନୈକ ଘର ମାଲିକଙ୍କୁ ବୈଶିଙ୍ଗା ପୁଲିସ ର ତାଗିଦ

0
ବେତନଟୀ : ବର୍ତ୍ତମାନ ପୂର୍ତ୍ତ ବିଭାଗ ଅଧୀନ ଉକ୍ତ ଏମଡିଆର-୭୦ ରାସ୍ତାର ପ୍ରଶସ୍ତିକରଣ କାମ ଚାଲିଥିବାବେଳେ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଅବସ୍ଥା ଶୋଚନୀୟ ହୋଇଗଲାଣି l ମୁଖ୍ୟତଃ ବୈଶିଙ୍ଗା ବସ ଷ୍ଟାଣ୍ଡରୁ ମାଣତ୍ରୀ ପଟକୁ ଯାଇଥିବା ରାସ୍ତାର ଡାକ୍ତରଖାନା ଛକ ନିକଟସ୍ଥ ୫୦୦ମିଟର ରାସ୍ତାରେ ଯିବା ଆସିବା ଅସମ୍ଭବ ହୋଇପଡିଛି l ଉକ୍ତ ସ୍ଥାନରେ ରାସ୍ତା ପାର୍ଶ୍ୱରେ ଚାଲିଥିବା ଜନୈକ ଗୃହ ମାଲିକଙ୍କ ବ୍ୟକ୍ତିଗତ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଡ୍ରେନ ସବୁକୁ ଜାଣିଶୁଣି ଅବରୋଧ କରି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି l ଯେଉଁଥି ପାଇଁ ଉପରୁ ଆସୁଥିବା ନର୍ଦ୍ଦମା ପାଣି ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ଓ ଡ୍ରେନର ନର୍ଦମା ପାଣି ସବୁବେଳେ ରାସ୍ତାରେ ଭାସୁଛି l ସୋମବାର ପୂର୍ବାହ୍ନ ସମୟରେ ଉକ୍ତ ଘରର ଅଣ୍ଡରଗ୍ରାଉଣ୍ଡ ନିର୍ମାଣ ସମୟରେ ଜମି ରହିଥିବା ଅପରିଷ୍କାର ପାଣିକୁ ମେସିନ ଲଗେଇ ରାସ୍ତା ଉପରକୁ ଛାଡୁଥିଲେ ଘର ମାଲିକ l ଯାହା ଫଳରେ ରାସ୍ତା ଉପରେ ବଡ଼ ବଡ଼ ଖାଲ ଖମା ସୃଷ୍ଟି ହେବା ସହିତ ଯାତାୟତରେ ଅସୁବିଧା ହେଉଥିବାର ଦେଖାଯାଇଥିଲା l ରାସ୍ତାରେ ଚାଲୁଥିବା ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି l ଏମିତିକି ରହିଥିବା ଖାଲ ଗୁଡିକରେ ନାଳ ନର୍ଦ୍ଦମା ପାଣି ଯାନବାହାନ ଯିବା ଆସିବା ଯୋଗୁଁ ଲୋକଙ୍କ ଉପରେ ପାଣି ର ଛିଟକା ପଡୁଥିବା ଦେଖିବାକୁ ମିଳିଛି । ଛଅ ମାସ ହେବ  ଏହି ପରି ସମସ୍ୟା ଲାଗି ରହିଛି l ଏହି ରାସ୍ତା ଦେଇ ମାସ ମାସ ଧରି ଏ ସମସ୍ୟା ଲାଗି ରହିଥିଲେ ବି ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ପୂର୍ତ୍ତ ବିଭାଗର ନଜର ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହି ରାସ୍ତାରେ ପ୍ରତ୍ୟେହ ହଜାର ହଜାର ଲୋକ ଯିବା ଆସିବା କରୁଥିବାବେଳେ ଖୋଦ ବୈଶିଙ୍ଗା ବଜାରର ଡାକ୍ତରଖାନାକୁ ଯାଉଥିବା ମୁଖ୍ୟ ରାସ୍ତାରେ ଯଦି ଏଭଳି ସମସ୍ୟା ଲାଗି ରହିଥିବାରୁ ବେଲେ ଅନ୍ୟ ଗ୍ରାମରେ କିଭଲି ସମସ୍ୟା ଥିବ ତାହା ସହଜେ ଅନୁମାନ କରାଯାଇପାରେ l ଅନ୍ୟପଟେ ଡ୍ରେନେଜ ବ୍ୟବସ୍ଥା ଅବରୋଧ ନେଇ ଗୃହ ନିର୍ମାଣ କରୁଥିବା ରାସ୍ତା ପାର୍ଶ୍ୱ ଲୋକଙ୍କ ଉଦାସିନତା ଯୋଗୁଁ ଏଭଳି ସମସ୍ୟା ହୋଇଥିବା ବୋଲି ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରୁଥିଲେ ବି ସେ ଏହାକୁ ଭୃକ୍ଷେପ କରିନଥିଲେ l ଆଜି ରାସ୍ତାରେ ପାଣି ଚାଲିଥିବାବେଳେ ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ଚାଲିଥିବା ପାଣିକୁ ବନ୍ଦ କରିବା ସହିତ ପାଣିପମ୍ପଟିକୁ ଜବତ କରି ଥାନାକୁ ନେଇଯାଇଥିଲେ l ଏ ସମସ୍ୟା ର ଯଥାଶିଘ୍ର ସମାଧାନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l
Leave A Reply