Odisha news

ବୈଶିଙ୍ଗା ଡାକଘରର ଅଚଳାବସ୍ଥା : ଉପଭୋକ୍ତା ସମସ୍ୟାରେ ଉବୁଟୁବୁ

0
ବେତନଟୀ : ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ସ୍ଥିତ ଉପ ଡାକଘରର ସମସ୍ୟା ଦିନକୁ ଦିନ ବଢି ବଢି ଚାଲିଛି।ମୟୂରଭଞ୍ଜ ଜିଲ୍ଲା ଡାକପାଳ, ଡାକ ନୀରିକ୍ଷକ ବା ଅନ୍ୟାନ୍ୟ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ଵାର ଜଣାଇବା ପରେ ମଧ୍ୟ ଉପଭୋକ୍ତାଙ୍କ ପ୍ରତି ଯତ୍ନବାନ ନ ହେବା ଯୋଗୁଁ ଗ୍ରାହକ ମାନଙ୍କୁ ସବୁ ପ୍ରକାରର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ପ୍ରଥମତଃ ବୈଶିଙ୍ଗା ଉପ ଡାକଘର ନାମରେ କାର୍ଯ୍ୟାଳୟ ନାମିତ ଥିଲେ ମଧ୍ୟ ବୈଶିଙ୍ଗା ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଥିବାରୁ ସାଧାରଣ ଲୋକେ ଟଙ୍କା ଜମା/ଉଠାଣ ପାଇଁ ଏତେ ଦୂରକୁ ନ ଆସି ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ସୁକନ୍ୟା ଯୋଜନା, ମହିଳା ସମୃଦ୍ଧି ଯୋଜନାରେ ମାଆ ମାନେ ବ୍ୟାଙ୍କରେ ସମସ୍ତ ସୁବିଧା ସହଜରେ ପାଇ ପାରୁଛନ୍ତି।ପୋଷ୍ଟ ଅଫିସରେ ଜେନେରେଟର ଖରାପ ହୋଇଯାଇଥିବା ଯୋଗୁଁ ବିଦ୍ୟୁତ କାଟ୍ ହେଲେ ଅଫିସ ଅଚଳ ହେବା ସହ ଉପଭୋକ୍ତା ମାନଙ୍କୁ ଫେରିଯିବାକୁ ପଡୁଛି। ଯାହାଦ୍ଵାରା ଗୁରୁତ୍ଵପୂର୍ଣ୍ଣ ରେଜେଷ୍ଟ୍ରି ଚିଠି / ସ୍ପିଡ଼ ପୋଷ୍ଟ, ପାର୍ଶଲ ଆଦି ପଠାଇ ନ ପାରିବା ଯୋଗୁଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହା ବାଦ୍‌ ପ୍ରିଣ୍ଟର ଖରାପ ରହିଥିବା ଯୋଗୁଁ ଇଣ୍ଡିଆ ପୋଷ୍ଟା ଲୋଗୋ ଥିବା ରସିଦ ପରିବର୍ତ୍ତେ ମାନୁଆଲ ରସିଦ୍ଦି ଦିଆଯାଉଛି। କମ୍ପୁଟରରେ ନେଟ୍ ନ ରହିବା ଯୋଗୁଁ ପୋଷ୍ଟ ମାଷ୍ଟର ଙ୍କୁ ବାରିପଦା ଯାଇ କରିବାକୁ ପଡୁଛି ବୋଲି ବହୁ ଉପଭୋକ୍ତା ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ଡାକ ବିଭାଗ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ଏବଂ ଦାୟିତ୍ୱ ସଂପନ୍ନ କାର୍ଯ୍ୟାଳୟ ର ନିଜସ୍ଵ କାର୍ଯ୍ୟାଳୟ ନ ଥାଇ ଏକ ଘରୋଇ ବେଡ଼ ରୁମରେ କାର୍ଯ୍ୟାଳୟ ଚାଲିବାକୁ ସାଧାରଣରେ ନାପସନ୍ଦ କରିଛନ୍ତି।ଆହୁରି ମଧ୍ୟ ଗ୍ରାମୀଣ ଡାକ ଜୀବନ ବୀମା କ୍ଷେତ୍ରରେ ଅଧିକାରୀ ମାନେ ଉପଡାକଘର ଓ ଶାଖା ଡାକଘର ମାନଙ୍କରେ କାର୍ଯ୍ୟରତ ଜି.ଡି.ଏସ୍. କର୍ମଚାରୀ ଙ୍କ ଉପରେ ଚାବୁକ ଲଗାଇ ପଲିସି କରୁଛନ୍ତି ସତ କିନ୍ତୁ ପଲିସି ଅବଧି ସରେଣ୍ଡର ପରେ ମ୍ୟାଚୁରିଟି ରାଶି ପାଇବାର ପଲିସି ଧାରୀଙ୍କୁ ମାସ ମାସ ଦୌତିବାକୁ ପଡ଼ୁଛି। ସେଥିପାଇଁ ଆଗ୍ରହ କମିଯାଉଛି ଜନମତ ପ୍ରକାଶ ପାଇଛି। ଡାକ ପରିବହନ ପାଇଁ ବିଭାଗୀୟ ବ୍ୟବସ୍ଥା ନ ଥିବା ଯୋଗୁଁ ବସରେ ଡାକ ପରିବହନ ହେଉଛି। ମଝିରେ ମଝିରେ ବସ ବନ୍ଦ ହେଲେ ବସଷ୍ଟାଣ୍ଡରେ ଡାକ ବ୍ୟାଗ୍ ପଡି ରହୁଛି ଏବଂ ପୁଣି ଉପ ଡାକଘରକୁ ଫେରିଯାଇ ପରବର୍ତ୍ତୀ ସମୟରେ ଯାଉଛି । ଏମିତି ବହୁ ସମସ୍ୟା ଜର୍ଜରିତ ବୈଶିଙ୍ଗା ଉପ ଡାକଘରେ ଦେଖିବାକୁ ମିଳିଛି। ତୁରନ୍ତ ଏହାର ସମାଧାନ ପାଇଁ ସାଧାରଣରେ ଦାବୀ ହେଉଛି।
Leave A Reply