Odisha news

ବେତନଟୀ ବ୍ଲକରେ ଜଣେ କରୋନା ଆକ୍ରାନ୍ତ

0

ବେତନଟୀ  : ଆଜି ବେତନଟୀ ବ୍ଲକର ମେରଦା ପଞ୍ଚାୟତରୁ ଜଣେ କରୋନାରେ ଆକ୍ରାନ୍ତ ହୋଇ ଥିବାର ଜଣା ପଡିଛି । ତାଙ୍କୁ ବାଙ୍କିଶୋଳ କରୋନା ହସପିଟାଲକୁ ସ୍ଥାନାନ୍ତର କରା ଯାଇଛି । ବୈଶିଙ୍ଗା ଥାନା ଅଞ୍ଚଳରେ ଗତକାଲି ୫ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାତ ହେଉଛନ୍ତି । ଏଥି ମଧ୍ୟରୁ କଳମା ପଞ୍ଚାୟତରୁ ବାହାରି ଥିବା ପୋଜିଟିଭ ମାନଙ୍କ ସଂସ୍ପର୍ଶରେ ଆସି ଥିବା ବୈଶିଙ୍ଗାର ଜଣେ ବ୍ୟକ୍ତି ଆତ୍ମଘୋଷଣା ନକରି ବୁଲିବାକୁ ନେଇ ବୈଶିଙ୍ଗାରେ ଅସନ୍ତୁଷ୍ଟି ଦେଖା ଯାଇ ଥିଲା ।

ହେଲେ ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କ ନିକଟରେ ବୈଶିଙ୍ଗାର ଜନ ସାଧାରଣଙ୍କ ଠାରୁ ଅଭିଯୋଗ ମିଳିବା ପରେ ସେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ସିପୁନ ପଣ୍ଡାଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇ ଥିଲେ । ପ୍ରଶାସନ ତରଫରୁ ଉକ୍ତ ବ୍ୟକ୍ତିଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖା ଯାଇ ଥିବାର ଜଣା ପଡିଛି । ଦୁର୍ନିତୀଖୋର ତହସିଲଦାରଙ୍କ ଗିରଫ ଦାବିରେ ଆଜିଠାରୁ ବଡସାହି ବିଧାୟକଙ୍କ ଧାରଣା

Leave A Reply