Odisha news

ବର୍ଷା ଋତୁରେ ହେଉଥିବା ମକ୍କାର ରହିଛି ଅନେକ ସ୍ୱାସ୍ଥ୍ୟ ହିତକର ଗୁଣ

0

ବର୍ଷା ଋତୁରେ ସିଝା ମକ୍କା ଓ ପୋଡା ମକ୍କାର ବାସ୍ନା ଖୁବ ଲୋଭନୀୟ l ସମସ୍ତଙ୍କୁ ପ୍ରାୟ ମକ୍କାର ସ୍ୱାଦ ଭଲ ଲାଗିଥାଏ ,କିନ୍ତୁ ବହୁତ କମ ଲୋକ ମକ୍କା ସ୍ୱାସ୍ଥ୍ୟପାଇଁ କେତେ ହିତକର ତାହା ଜାଣିନଥିବେ l ଭାରତର ସମସ୍ତ ସ୍ଥାନରେ ମକ୍କାର ଚାହିଦା ରହିଛି ,କିନ୍ତୁ ଉତର ଭାରତର ଲୋକମାନେ ମକ୍କାକୁ ନିଜର ଦୈନଦିନ ଖାଦ୍ୟରେ ସାମିଲ କରିଥାନ୍ତି l ମକ୍କାର ବୈଜ୍ଞାନିକ ନାମ ଜି-ମେଜ ଅଟେ l ମକ୍କାକୁ ଗୋଟିଏ ମୋଟା ଶସ୍ୟ ଭାବରେ ଗଣା ଯାଇଥାଏ l ଭାରତ ସହିତ ବିଶ୍ୱରେ ଅଧିକାଂଶ ଦେଶରେ ମକ୍କାଚାଷ କରା ଯାଇଥାଏ l ଆମେରିକା ,ବ୍ରାଜିଲ ,ମେକ୍ସିକୋ ଓ ଚୀନ ପ୍ରଭୃତି ଦେଶ ଗୁଡିକରେ ପ୍ରବଳ ପରିମାଣରେ ଚାଷ କରାଯାଏ l ମକ୍କାର ଥିବା ପୋଷାକ ତତ୍ୱ ଗୁଡିକ ହେଲା କାର୍ବୋହାଇଡ୍ରେଡ଼ ,ପ୍ରୋଟିନ ,ଫାଇବର ,ମିନେରାଲସ ,କ୍ୟାଲସିୟମ ,ମ୍ୟାଗନେସିୟମ ,ପୋଟାସିୟମ ଓ ସୁଗାର ଇତ୍ୟାଦି ପ୍ରଚୁର ପରିମାଣରେ ରହିଛି ,ଏହା ବ୍ୟତୀତ ଭିଟାମିନ-ଇ ,କେ ଓ ଭିଟାମିନ-ବି ୬ ରହିଛି l

* ମଧୁମେହକୁ ନିୟନ୍ତ୍ରଣ କରେ -ମକ୍କାର ଫାଇଦା ବ୍ଲଡସୁଗାର ସମସ୍ୟାରେ ଯୋଡିହୋଇ ରହିଥିବା ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ l NCBI ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ମକ୍କାର ଏପରି କିଛି ପୋଷାକ ତତ୍ୱ ରହିଛି ଯାହା ମଧୁମେହ ରୋଗୀମାନଙ୍କ ପାଇଁ ହିତକ l ସପ୍ତାହକୁ ଦୁଇଥର ଜଣେ ମଧୁମେହ ରୋଗୀ ୫0 ଗ୍ରାମ ମକ୍କା ନିଜ ଖାଦ୍ୟରେ ସାମିଲ କରି ପାରିବେ l ମକ୍କାର ଥିବା ଫାଇବର ,କାର୍ବୋହାଇଡ୍ରେଡ଼ ,ପ୍ରୋଟିନ ଓ ଭିଟାମିନ ଥିବା ହେତୁ ନିୟମିତ ଏହାକୁ ଖାଦ୍ୟରେ ସାମିଲ କଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ l

* ଗର୍ଭାବସ୍ଥାରେ ଉପଯୋଗୀ -ମକ୍କା ଖାଇବାର ଲାଭ ଗର୍ଭାବସ୍ଥାରେ ମଧ୍ୟ ମିଳିଥାଏ l କାରଣ ଏଥିରେ କ୍ୟାଲସିୟମ ,ଆଇରନ ଓ ଫଲିକ ଏସିଡ ରହିଛି l ଏହି ସମସ୍ତ ପୋଷାକ ତତ୍ୱ ଗର୍ଭାବସ୍ଥାରେ ଅତ୍ୟନ୍ତ ଆବଶ୍ୟକ l ମକ୍କାର ଥିବା ଫଲିକ ଏସିଡ ଓ ଭିଟାମିନ-ବି ଶିଶୁର ମସ୍ତିଷ୍କକୁ ସୁସ୍ଥ ରଖିଥାଏ l ଗର୍ଭାବସ୍ଥାରେ ସୁଗାର ସମସ୍ୟାକୁ ନେଇ ଡାକ୍ତର ଗୋଟିଏ ପୌଷ୍ଟିକ ଆହାର ଭାବରେ ମକ୍କା ଖାଇବାକୁ ପରାମର୍ଶ ଦେଇଥାନ୍ତି l ତେଣୁ ଗର୍ଭବତୀ ନାରୀ ମାନଙ୍କ ପାଇଁ ମକ୍କା ଖାଇବା ଆବଶ୍ୟକ l

* ଆଇରନର କମିକୁ ପ୍ରକାରେ-ଅଧିକଂଶ ରୋଗର ସହାୟକ ହୋଇଥିବା ମକ୍କା ଶରୀରରେ ଆଇରନର କମିକୁ ମଧ୍ୟ ପୁରା କରିଥାଏ l ଏହାକୁ ନିୟମିତ ସେବନ କରୁଥିବା ଲୋକମାନେ ଆଇରନ କମି ସମସ୍ୟାରୁ ଦୁରେଇ ରହିଥାନ୍ତି l NCBI ଦ୍ୱାରା ହୋଇଥିବା ଏକ ଗବେଷଣାରେ କୁହ ଯାଇଛି ଯେ ପ୍ରତିଦିନ ମକ୍କା ସେବନ କରିବା ଦ୍ୱାରା ଆଇରନ ପ୍ରଚୁର ମାତ୍ରାରେ ଶରୀରକୁ ମିଳିଥାଏ l ଆଇରନର କମି କାରଣରୁ ହେଉଥିବା ଆନିମିଆ ରୋଗ ମଧ୍ୟ ଦୁରେଇ ଯାଇଥାଏ l

* ଏନର୍ଜି ବଢ଼ାଏ ମକ୍କା -ଏନର୍ଜି ବଢାଇବାରେ ମକ୍କା ଅତ୍ୟନ୍ତ ଉପଯୋଗୀ l କାରଣ ସମସ୍ତ ଜରୁରୀ ପୋଷାକ ତତ୍ୱ ସହିତ ମାନବ ଶରୀରକୁ ଶକ୍ତିର ଆବଶ୍ୟକତା ରହିଛି l ଏହି ଶକ୍ତି ମାନବ ଶରୀର ପାଇଁ ଏକ ଉର୍ଜା ଭଳି ,ଯାହା ଆମମାନଙ୍କୁ ବିଭିନ୍ନ ପ୍ରକାରର କାମ କରିବା ପାଇଁ ମନୋବଳ ବଢ଼ାଇଥାଏ l ଏହି ଶକ୍ତି ବିନା ଗୋଡହାତ ନିର୍ଜୀବ ଲାଗେ ତେଣୁ ଦିନକୁ ଗୋଟିଏ ଥର ସିଝା ମକ୍କା କିମ୍ବା ମକ୍କା ଅଟାରେ ରୁଟି ଖାଇବା ଆବଶ୍ୟକ l

* ହାଡ଼କୁ ମଝବୁତ କରେ -ମକ୍କା ଖାଇବା ଦ୍ୱାରା ହାଡ ମଧ୍ୟ ମଝବୁତ  ହୋଇଥଏ l ମକ୍କାର ଥିବା ଧୂଲନସିଲ ଫାଇବର ହାଡର ସ୍ୱାସ୍ଥ୍ୟପାଇଁ ଅଧିକ ଲାଭଦାୟକ l ମକ୍କାର ସିଧାସଳଖ କ୍ୟାଲସିୟମ ରହିଥାଏ  ଯାହା ହାଡ଼କୁ ମଝବୁତ କରେ l ଅନ୍ୟ ଏକ ଗବେଷଣାରୁ ଜଣା ପଡିଛି ଯେ ମକ୍କାର ଥିବା ଆଣ୍ଟିଆକ୍ସିଡେଣ୍ଟ ଗୁଣ ହାଡ଼କୁ କମଜୋର ହେବାକୁ ଦିଏନାହିଁ l

Nalco

Leave A Reply