Odisha news

ଅବକାରୀ ଓ ବୈଶିଙ୍ଗା ପୁଲିସର ମିଳିତ ଚଢଉ : ୧୩୮ ଲିଟର ଦେଶୀ ମଦ ସହ ୬୪୦୦ ଲି ପୋଚ ଜବତ, ୨ ଗିରଫ

0

ବେତନଟୀ : ବୈଶିଙ୍ଗା ଥାନା ଅଧୀନ ବାମଡା ଅଞ୍ଚଳରେ ଘରେ ଘରେ ଚାଲିଥିବା ଚୋରା ଦେଶୀମଦ କାରଖାନା ଉପରେ ଚଢ଼ଉ କରିଛି ଅବକାରୀ ବିଭାଗ ଓ ବୈଶିଙ୍ଗା ପୁଲିସ। ଘଟଣାସ୍ଥଳରୁ ବିପୁଳ ପରିମାଣର ମହୁଲପୋଚ ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ ନଷ୍ଟ କରିବା ସହିତ ରନ୍ଧାମଦ ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ ସମୟରେ ବେତନଟୀ ଅବକାରୀ ଥାନା ଅଧିକାରୀ ନିରଞ୍ଜନ ସାହୁ ଏବଂ ବୈଶିଙ୍ଗା ଥାନାଧିକାରୀ ତପନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଭାବଗ୍ରାହୀ ମହାନ୍ତ ସଦଳବଳେ ମିଳିତ ଭାବେ ବାମଡା ଗ୍ରାମରେ ଚଢଉ କରିଥିଲେ। ଏହି ଚଢ଼ଉରେ ମାଟି ଭିତରେ ପୋତା ହୋଇ ରଖାଯାଇଥିବା ଶତାଧିକ ପ୍ଲାଷ୍ଟିକ ଜାର୍କିନରେ ଭର୍ତ୍ତି ପ୍ରାୟ ୬୪୦୦ଲିଟର ମହୁଲପୋଚ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମକୁ ନଷ୍ଟ କରାଯାଇଥିଲା।ସେହିଭଳି ପ୍ରସ୍ତୁତ ହୋଇ ବାହାର ଜିଲ୍ଲାକୁ ଚୋରାଚାଲାଣ ପାଇଁ ରଖାଯାଇଥିବା ୧୩୮ଲିଟର ରନ୍ଧା ଦେଶୀ ମଦ ମଧ୍ୟ ଜବତ କରାଯାଇଥିବାବେଳେ ଏହି ଚୋରା ମଦ କାରବାରରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ବାମଡା ଗ୍ରାମର ରାମ ସିଂ ର ପୁଅ ଭୀମ ସିଂ ଅବକାରୀ ବିଭାଗ ଗିରଫ କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ମଧୁସୂଦନ ପଲେଇ କୁ ଗିରଫ କରି ବୈଶିଙ୍ଗା ଥାନାରେ ଅଟକ ରଖିଛି ପୁଲିସ। ଆଜିର ଏହି ମିଳିତ ଚଢ଼ଉରେ ଅବକାରୀ ବିଭାଗ ପକ୍ଷରୁ ଏଏସଆଇ ସୁଧାଂଶୁ ବେହେରା, ପ୍ରକାଶ ଦେବତା, ଦୀପିକା ପରିଡା ଏବଂ ବୈଶିଙ୍ଗା ପୁଲିସ ପକ୍ଷରୁ ଭାବଗ୍ରାହୀ ମହାନ୍ତ ଓ ଏକାଧିକ କନେଷ୍ଟବଳ ପ୍ରମୁଖ ସାମିଲ ଥିଲେ। ଏନେଇ ଅବକାରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବାବେଳେ ପୃଥକ ଭାବେ ବୈଶିଙ୍ଗା ଥାନାରେ ମଧ୍ୟ ୩୯୨/୨୩ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Leave A Reply