ବେତନଟୀ : ଗତକାଲି ବୈଶିଙ୍ଗା ଥାନା ପୋଲିସ ଥାନାର ରୁଜୁ ହୋଇ ଥିବା ମାମଲା ନମ୍ବର ୧୫୯/୨୦୨୦ରେ ଅଭିଜିତ ମହଲକୁ ଗିରଫ କରିବା ସହିତ ତାର ଏକ୍ସୟୁଭିକୁ ଜବତ କରି ଥିଲା । ଆଜି ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁଙ୍କ ନିଦେ୍ର୍ଦଶକ୍ରମେ ଏସଆଇ ଅନନ୍ତ ଚରଣ ନାଏକ, ଏସଆଇ ଅନୀତା ସ୍ୱାଇଁ, ଏଏସଆଇ ସୁଶାନ୍ତ କୁମାର ମହାକୁଡ ପ୍ରମୁଖ ଅଭିଜିତର ଘରକୁ ଯାଇ ଯାଞ୍ଚ କରି ଥିବାର ଜଣା ପଡିଛି । ତଦନ୍ତ ପରିସରକୁ ବ୍ୟାପ୍ତ କରିବାକୁ ଓ ଅଭିଜିତର ବେତନଟୀ ତହସିଲ ସହିିତ ଥିବା ସମ୍ପର୍କକୁ ଟିକିନିକି ଭାବେ ପରଖିବାକୁ ପୋଲିସ ତରଫରୁ ଅଭିଜିତର ଘରକୁ ଯାଞ୍ଚ କରା ଯାଇଛି ।
ତାର ଆୟ କେତେ ଓ କେଉଁ ବ୍ୟବସାୟରୁ କେତେ ଆୟ ଆସେ ତା ଉପରେ ମଧ୍ୟ ତଦନ୍ତ ଚାଲି ଥିବାର ଜଣା ପଡିଛି । ବଡସାହିର ବ୍ୟବସାୟୀ ଶ୍ରୀକାନ୍ତ ଦାସ ଦେଇ ଥିବା ଏତଲା ସହିତ ତଦନ୍ତରେ ସହଯୋଗ କରିବା ପାଇଁ ପୋଲିସକୁ କେତେକ ରେକଡିଂ ପ୍ରଦାନ କରିଛନ୍ତି । ଯେଉଁଥିରେ ଅଭିଜିତ ବେତନଟୀ ତହସିଲଦାରଙ୍କୁ କହି ମାମଲା ରଫାଦଫା କରି ଦେବାକୁ ଟଙ୍କା ମାଗୁ ଥିବାର ଶୁଣା ଯାଇଛି । ଏହି ଅଡିଓ କ୍ଲିପ ଭିତ୍ତିରେ ପୋଲିସ ଅଭିଜିତର ଘର ଉପରେ ଚଢ଼ାଉ କରି ମାମଲାରେ ଅଧିକ ପ୍ରମାଣ ଜୁଟାଇବାକୁ ଅଭିଯାନ ଚଳାଇ ଥିବାର ଜଣା ପଡିଛି ।