ବାରିପଦା : କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସାଧାରଣଲୋକଙ୍କୁ ଉତ୍ତମ ଚିକିସôା ସେବା ପ୍ରଦାନ ନିମନ୍ତେ ଟେଲିମେଡିସିନ୍ ସେବା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଟେଲିମେଡିସିନ୍ ସେବା ବିଧିବଧ ଭାବରେ ଆରମ୍ଭ ହୋଇଛି ।
ସାଧାରଣ ରୋଗୀମାନେ ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ବିଭିନ୍ନ ରୋଗ ପାଇଁ ୭୬୫୫୦୫୧୩୦୭ ଓ ୭୬୫୫୦୫୧୩୦୮ ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିବାକୁ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଯେକୌଣସି ରୋଗୀ ଏହି ସମୟ ସୀମା ମଧ୍ୟରେ ଉକ୍ତ ମୋବାଇଲ ନମ୍ବରରେ ବିଭିନ୍ନ ରୋଗର ଚିକିସôା ସମ୍ବନ୍ଧରେ ସେବା ପାଇପରିବେ ।
