Odisha news

ନିଜର ଦାବୀ ପୂରଣ ପାଇଁ ପ୍ରାଥମିକ ଶିକ୍ଷକ ମାନଙ୍କର ଧର୍ମଘଟ ଆରମ୍ଭ

0
ବେତନଟୀ : ନିଜର ଦାବୀ ହାସଲ ପାଇଁ  ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ଵାନ କ୍ରମେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟବ୍ୟାପୀ ଧାରଣା ଆରମ୍ଭ ହୋଇଯାଇଛି । ବେତନଟୀ ବ୍ଳକ୍ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ  ସମେତ ସମସ୍ତ ଜୋନ଼ର ପ୍ରାଥମିକ ଶିକ୍ଷକମାନଙ୍କ ଧାରଣା କାର୍ଯ୍ୟକ୍ରମ ଚାଲୁରହିଥିଲା। ଏହାର ଅଂଶବିଶେଷ ଭାବେ ବେତନଟୀ ବି.ଇ .ଓ. ଅଫିସ ସମ୍ମୁଖରେ ୧୧ ତାରିଖ ଦିନ ଧାରଣାରତ ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଗଣଙ୍କ ୩ ଦଫା ସମ୍ବଳିତ ଦାବୀ ପ୍ରତି ସଂପୂର୍ଣ୍ଣ ସମର୍ଥନ ଜ୍ଞାପନ କରି ଶତାଧିକ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଦାବୀ ମଧ୍ୟରେ  ଠିକା ନିଯୁକ୍ତି ବନ୍ଦ, ପୁରୁଣା ପେନସନ ପ୍ରଚଳନ, କେନ୍ଦ୍ରୀୟ ହାରରେ ଦରମା ଆଦି ଅନ୍ତର୍ଭୁକ୍ତ ଥିବାର ଜଣାଯାଇଛି। ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜୟ ଚନ୍ଦ୍ର ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଧାରଣାରତ ଶିକ୍ଷକଙ୍କ ସଭାରେ ସଂପାଦକ ସୁନୀଲ କୁମାର ବୋଡ, ଏକ୍ସ କ୍ୟାଡର ଶିକ୍ଷକ କୃପାସିନ୍ଧୁ ମହାନ୍ତ, ରାଜ୍ୟ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ଉପ ସଭାପତି ଭବେଶଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ସଭାପତି ଶରତ କୁମାର ମହାନ୍ତ, ଦେବାଶୀଷ ସାହୁ, ହରେନ୍ଦ୍ର ଭୂୟାଁ ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର ମହାନ୍ତ, ଜ୍ୟୋସ୍ନା ରାଣୀ ପାଣିଗ୍ରାହୀ, ଶିରିଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଧାରଣାରତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଦାବୀ କୁ ସମର୍ଥନ କରି  ବେତନଟୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ସଭାପତି ହରିଶ ଚନ୍ଦ୍ର ନନ୍ଦ ଗୋସ୍ଵାମୀ ଅନ୍ୟତମ ଉପସଭାପତି ରବିନ୍ଦ୍ରନାଥ ମିଶ୍ର ଓ ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି ଏବଂ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ଓ ନବଗଠିତ ବେତନଟୀ ପ୍ରେସକ୍ଲବର ସଂପାଦକ ଦୀପକ କୁମାର ସିଂହ ଆଦି ଯୋଗଦାନ କରି ସଂଘୀୟ ଉଦବୋଧନ ଦେଇଥିଲେ।
Leave A Reply