Odisha news

ସବଡିଭିଜନ ରାଜ୍ୟର ସର୍ବବୃହତ ରାଜସ୍ଵ ର ପ୍ରଶାସନିକ ବ୍ୟବସ୍ଥା ଲୋକଙ୍କଠାରେ ଅପହଞ୍ଚ

0
ବେତନଟୀ : ଦେଶ ସ୍ଵାଧୀନତା ଲାଭ କରିବାପରେ ସଂଘୀୟ ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ପାଇଁ କେତେକ ବୃହତ୍ ରାଜ୍ୟଗୁଡ଼ିକ ପୁର୍ନଗଠିତ କରାଯିବା ସହିତ ରାଜ୍ୟ ଶାସନର ବିକେନ୍ଦ୍ରୀକରଣ କରାଯାଇ ଜିଲ୍ଲାଗୁଡିକ ମଧ୍ୟ ପୁର୍ନଗଠନ କରାଯାଇ ଓଡ଼ିଶାରେ ତେର ଟି ଜିଲ୍ଲାକୁ ତିରିଶଟି ଜିଲ୍ଲାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କରିଥିବା କାହାକୁ ଅଜଣା ନୁହେଁ। ସେହିପରି ବ୍ଲକ ସ୍ତରରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଗ୍ରାମପଞ୍ଚାୟତ ଗୁଡ଼ିକର ମଧ୍ୟ ବହୁବାର ପୁର୍ନଗଠନ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କରାଯାଇଛି। ମାତ୍ର ରାଜ୍ୟରେ ୩୧୪ଟି ବ୍ଲକର ପୁର୍ନଗଠନ ପରେ ଆଉ ବ୍ଲକ ଗୁଡ଼ିକ ଜନସଂଖ୍ୟାକୁ ଆଧାର କରି ବିଗତ ତିରିଶ ବର୍ଷ ମଧ୍ୟରେ ପୁର୍ନଗଠନ କରାଯାଇନାହିଁ। ସେହିପରି ଏକ ମାତ୍ର ମୟୂରଭଞ୍ଜ ଜିଲ୍ଲାରେ ୧୯୪୯ ମସିହା ପରଠାରୁ ଯେଉଁ ଚାରିଟି ରାଜସ୍ଵ ସବଡିଭିଜନ ବାରିପଦା ସଦର କପ୍ତିପଦା, ବାମନଘାଟି, ପଞ୍ଚପୀଢ ର ମଧ୍ୟ ପୁର୍ନଗଠନ କରାଯାଇନାହିଁ। ଏହା ମଧ୍ୟରେ ମୟୂରଭଞ୍ଜ ଷ୍ଟେଟ ଓଡ଼ିଶା ରାଜ୍ୟ ସହିତ ଗତ ୧/୧/୪୯ ରୁ ସାର୍ବଭୌମତ୍ୱ ହରାଇ ଏକ ଜିଲ୍ଲାର ମାନ୍ୟତା ପାଇ ମିଶ୍ରଣ ହୋଇସାରିଛି। ରାଜାରାଜୁଡ଼ାଙ୍କ ଶାସନ ବ୍ୟବସ୍ଥାର ବିଲୋପ ଘଟିଛି ଏବଂ ଓଡ଼ିଶା ସରକାରଙ୍କ ହାତରେ ମୟୂରଭଞ୍ଜ ଜିଲ୍ଲାର ପ୍ରଶାସନ ଦୀର୍ଘ ୭୪ବର୍ଷ ଧରି ନ୍ୟସ୍ତ ହୋଇ ରହିଆସିଛି। ସେତେବେଳେ ୧୯୪୯ ମସିହାରେ ଜନସଂଖ୍ୟା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା, ଅପରାଧ ସଂଖ୍ୟା, ବିଭିନ୍ନ ପ୍ରକାରର ଅନୁଷ୍ଠାନ, ରାସ୍ତାଘାଟ, ମୌଳିକ ସମସ୍ୟା, ନାଗରିକର ମୌଳିକ ଅଧିକାର, ଗ୍ରାମପଞ୍ଚାୟତ ସଂଖ୍ୟା ଯେତିକି ଓ ଯାହା ଥିଲା ଏହି ୭୪ବର୍ଷରେ ପଚାଶ ଗୁଣରୁ ଅଧିକ ବୃଦ୍ଧି ପାଇଥିଲେ ବି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପରିସୀମା ଯେଉଁ ଦଶଟି ସର୍ବାଧିକ ବ୍ଲକ କୁ ନେଇ ରହି ଆସିଥିଲା – ସେଥିରେ କିଛି ପରିବର୍ତ୍ତନ ବା ପ୍ରଶାସନ ଲୋକଙ୍କ ନିକଟତର ହେବାପାଇଁ ବ୍ୟବସ୍ଥା ସଂପ୍ରସାରିତ ହୋଇନାହିଁ। ଗୋଟିଏ ପଟେ କେବଳ ସଦର ସବଡ଼ିଭିଜନ ବାରିପଦା ଅଧିନରେ ଦଶଟି ବ୍ଲକ ଥିବାବେଳେ କପ୍ତିପଦା ସବଡିଭିଜନ ଅଧିନରେ ଚାରିଟି ବ୍ଲକ – ବାମନଘାଟି ସବଡିଭିଜନ ଅଧିନରେ ସାତଟି ବ୍ଲକ ଏବଂ ପଞ୍ଚପୀଢ ସବଡିଭିଜନ ଅଧୀନରେ ପାଞ୍ଚୋଟି ବ୍ଲକ ମାତ୍ର ରହି ଆସିଛି। ବାରିପଦା ସଦର ସବଡ଼ିଭିଜନ ଅଧିନରେ ସର୍ବାଧିକ ଦଶଟି ବ୍ଲକ ଥିବାବେଳେ ରାଜ୍ୟ ମଧ୍ୟରେ କୌଣସି ରାଜସ୍ବ ସବଡିଭିଜନ ଅଧିନରେ ଏତିକି ବ୍ଲକ ନାହିଁ। ଏଣୁ ଏହି ଦଶଟି ବ୍ଲକର ଅଧିବାସୀ ସେମାନଙ୍କର ବହୁବିଧ କାର୍ଯ୍ୟ ପାଇଁ ବର୍ଷ ଯାକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ବି ସେମାନଙ୍କ କାମ ମାସ ମାସ ଧରି ହୋଇନଥାଏ। ଦ୍ଵୀପ ତଳ ଅନ୍ଧାର ଭଳି ବାରିପଦରେ ଜିଲ୍ଲାପାଳ,ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିବା ହେତୁ ଯେକୌଣସି ବ୍ଲକର ପରିସୀମା ଦୂରତା ଚାଳିଶ ରୁ ପଚାଶ କିମି ହୋଇଥିବା ହେତୁ ଆପତ୍ତି କାରୀ ନ୍ୟାୟ ପାଇବାପାଇଁ ଉପଜିଲ୍ଲାପାଳଙ୍କ ଅଫିସକୁ ଦୌଡ଼ି ଦୌଡ଼ି ଅର୍ଥ ଖର୍ଚ୍ଚ କରି ଥକି ଯାଇଥାନ୍ତି। ଉପଜିଲ୍ଲାପାଳଙ୍କର ମଧ୍ୟ କାର୍ଯ୍ୟଭାର ଅଧିକ ହେତୁ ପୁରା ସମୟ ଦେଇପାରିନଥାନ୍ତି। ଏଣୁ ବେତନଟୀ ଠାରେ ଚାରିଗୋଟି ବ୍ଲକ ମୋରଡ଼ା, ରାସଗୋବିନ୍ଦପୁର, ବଡ଼ସାହି ଓ ବେତନଟୀ ବ୍ଲକ କୁ ନେଇ ଆଉ ଏକ ରାଜସ୍ଵ ସବଡିଭିଜନ ଗଠନ କରାଯିବା ପାଇଁ ବିକାଶ ମଞ୍ଚ ପକ୍ଷରୁ ଗତ ୨୦୧୯ ରୁ ଦାବି ହୋଇଆସୁଥିବା ସତ୍ତ୍ୱେ ରାଜସ୍ଵ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଯୋଗୁଁ ଜନସ୍ୱାର୍ଥ ଦୃଷ୍ଟିରୁ ଜନ ଅସନ୍ତୋଷ ଦାନା ବାନ୍ଧୁଥିବା ଏବଂ ଏହାର ମୁକାବିଲା ପାଇଁ ଚରମ ପଦକ୍ଷେପ ସ୍ୱରୂପ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଚରମ ନିଷ୍ପତି ନିଆଯାଇଥିବା ଏହାର ଆବାହକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ଵାମୀ ଓ ସଂଯୋଜକ ଅରୁଣ କୁମାର ଓତା ଗଣମାଧ୍ୟମକୁ କହିଛନ୍ତି।
Leave A Reply