Odisha news

ଚୁଆପଦା ଜଙ୍ଗଲରେ ତିନି ମୃତ ବଳଦକୁ ଫିଙ୍ଗି ଦେଇ ଚମ୍ପଟ ମାରୁଥିବା ଟ୍ରକକୁ ହେପାଜତରେ ନେଲା ବୈଶିଙ୍ଗା ପୁଲିସ

0

ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଚୁଆପଦା ଜଙ୍ଗଲରେ ତିନି ମୃତ ବଳଦକୁ ଫିଙ୍ଗି ଦେଇ ଚମ୍ପଟ ମାରୁ ଥିବା ଟ୍ରକକୁ ହେପାଜତରେ ନେବା ସହ ତଦନ୍ତ ଚଳାଇଛି ବୈଶିଙ୍ଗା ପୁଲିସ। ଘଟଣାରୁ ପ୍ରକାଶ ଆଜି ସକାଳ ସମୟରେ ଚୁଆପଦା ଜଙ୍ଗଲ ମଧ୍ୟକୁ ଏକ ଟ୍ରକ ଯୋଗେ କିଛି ଦୁର୍ବୁତ୍ତ ତିନି ମୃତ ବଳଦକୁ ଆଣି ଏକ ଖାଲରେ ପକାଇ ଦେଇଥିଲେ।ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁଁ ଟ୍ରକର ଚକଟି ମାଟିରେ ଫସି ଯାଇଥିଲା। ଉକ୍ତ ଟ୍ରକଟିକୁ ଦୌଡି ବାନ୍ଧି ଉଦ୍ଧାର କରିବା ପାଇଁ ଚେଷ୍ଟା କରୁ ଥିବାବେଳେ  କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେହି ସମୟରେ ଚାଳକ ସମେତ ସମସ୍ତ ଦୁର୍ବୁତ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ସଙ୍ଗେ ସଙ୍ଗେ ଉପସ୍ଥିତ ଗ୍ରାମବାସୀ  ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଓଡି-୩୪ଏସ- ୦୪୦୫ ବିଶିଷ୍ଟ ଟ୍ରକଟିକୁ ଜବତ କରିବା ସହ ତଦନ୍ତ କରିଥିବା ଜଣାଯାଇଛି। ସ୍ଥାନୀୟ କିଛି ବ୍ୟକ୍ତିଙ୍କ କହିବା ଅନୁଯାୟୀ ଏହି  କାର୍ଯ୍ୟ ନିଶ୍ଚିତ ଭାବରେ କୌଣସି  ଗୋରୁ ଚାଲାଣକାରୀଙ୍କ ହୋଇ ଥିବାର ଅନୁମାନ କରାଯାଉଛି। ଏ ନେଇ ବୈଶିଙ୍ଗା ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣାଯାଇଛି

Nalco
Leave A Reply