Odisha news

ନୂତନ ବନୀକରଣ ସାଙ୍ଗକୁ ବେଧଡକ ଗଛ କଟା

0

ବେତନଟୀ : ଅସନ୍ତୁଳିତ ପରିବେଶର ନିରାକରଣ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯିବା ସହିତ ପୁରାତନ ଜଙ୍ଗଲର ସୁରକ୍ଷା ମଧ୍ୟ କରାଯାଉଛି। ମାତ୍ର ବିଚାର ହୀନ ମଣିଷ ସମାଜ ନିଜର ସ୍ଵାର୍ଥ ସାଧନ ପାଇଁ ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ କାଟି ନେଇଯାଉଥିବାର ନଜରକୁ ଆସିଛି। ଏହାର ଉଦାହରଣ ସ୍ୱରୂପ  ବୈଶିଙ୍ଗା ବନପାଳ ଅଧୀନ ରଙ୍ଗାମାଟିଆ ସଂରକ୍ଷିତ ତଥା ଗ୍ରାମ୍ୟ ଜଙ୍ଗଲରେ ନୂତନ ବନୀକରଣ ସୃଷ୍ଟି କରାଯାଇଥିବା ବେଳେ ଏହି ଜଙ୍ଗଲ ସଂଲଗ୍ନ ୧୮ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଦୁଇ ଦିନ ପୂର୍ବେ ବଡ ବଡ ଗଛ ଗୁଡିକୁ କାଠ ମାଫିଆ ମାନେ ରାତି ଅଧିଆ କାଟି ନେଇଛନ୍ତି। ସେହିପରି ବୈଶିଙ୍ଗା ମାଣତ୍ରୀ ରାସ୍ତାର ମୋହନପୁର, କ୍ଷୀରପଦା, ଚୁଆପଦା , ନୟାବସନ୍ତପୁର ଆଦି ସଂରକ୍ଷିତ ଜଙ୍ଗଲ ଗୁଡିକରୁ ମଧ୍ୟ ରାତି ଅଧିଆ ଶାଳ, ଆକାଶିଆ, ମହୁଲ ଆଦି ମୂଲ୍ୟବାନ ଗଛ ଗୁଡିକୁ କାଟି ନେଉଥିବାର ଅଭିଯୋଗ ହେଉଛି। ଜଙ୍ଗଲ ବିଭାଗର କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ରାଜରାସ୍ତା ଦେଇ ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ବେଳେ ଅନେକ ସମୟରେ ପୁଲିସ ହାବୁଡରେ ପଡି ଧରା ପଡୁଥିବା ର ଦେଖା ଯାଉଛି। ଏହି ଚୋରା କାଠ ବେପାରୀଙ୍କ ପ୍ରତି କୋଠର ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି  ହେଉଛି।

Leave A Reply