Odisha news

ଅଟ୍ଟାଳୀ ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ

0

ଆଠଗଡ଼ ତା ୨୯-୦୬-୨୩  ଗୁରୁବାର ବାହୁଡା଼ ଦଶମୀ ପରେ ଆଜି ଏକାଦଶୀ ତିଥିରେ ଆଠଗଡ଼ ଆରାଧ୍ୟ ଶ୍ରୀ ଶ୍ରୀ ଅଟ୍ଟାଳୀ ଜଗନ୍ନାଥ ଏବଂ ମଠ ଦିଅଁ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସୁନା ବେଶ ଅନୁଷ୍ଠିତ ହୋଇଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଠଗଡ଼ ଉପ କୋଷାଗାର ରୁ ଠାକୁର ଙ୍କ ସୁନା ଅଳଙ୍କାର କୁ ଆଣି ରଥ ଉପରେ ବେଶ କରା ଯାଇଛି। ଅଟ୍ଟାଳୀ ଜଗନ୍ନାଥ ଙ୍କ ୬୬୧ ଗ୍ରାମ ୫୨୫ ମିଲି ଗ୍ରାମ ର ସୁନା ଅଳଙ୍କାର ରେ ବେଶ କରା ଯାଇଛି।ସେଥି ମଧ୍ୟରେ ରହିଛି କମରପେଟି,ମଟର ମାଳ,ରାମାନନ୍ଦୀ ଚିତା,,ଚମ୍ପା ଫୁଲ,ଵସଣୀ, ଏବଂ ହରିମନ୍ଦିର ଚିତା। ସେହିପରି ମଠ ଦିଅଁ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ୫୩୧ ଗ୍ରାମ ୫୨୫ ମିଲି ଗ୍ରାମ ସୁନା ଅଳଙ୍କାର ରେ ବେଶ କରା ଯାଇଛି।ସେଥି ମଧ୍ୟରେ ରହିଛି ସୁଉକି ମାଳ,ସୋରିଷ ମାଳ, କଦମ୍ବ ମାଳ, ପାଦୁକା ମାଳ ଏବଂ ତିନି ଦିଅଁ ଙ୍କ ପାଇଁ ତିନୋଟି ଚିତା । ଗୁରୁବାର ଜଗନ୍ନାଥ କୃପା ପରିଷଦ ପକ୍ଷରୁ ଆୟୋଜିତ ଭଜନ ସମାରୋହରେ ମୁଖ୍ୟ ଅତିଥି ଭାବେ କୃପା ପରିଷଦ ର ସଭାପତି ଶ୍ରୀ ପ୍ରାଣକୃଷ୍ଣ ଦାସ୍ ଯୋଗଦେଇଥିଲେ ଏବଂ ଜଗନ୍ନାଥ ବଜାର କମିଟିର ସଭାପତି ହେମନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶାର ସୁନାମ ଧନ୍ୟ ଚ୍ୟାନେଲ ସିଦ୍ଧାର୍ଥ ଟିଭି ର କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା କାର୍ଯ୍ୟ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାରାଆକାଶ କ୍ଲବ ଏବଂ ରାଜା କ୍ଲବର  ସରୋଜ କୁମାର ଦାସ,ଅନୁପ ଜେନା, ବିକ୍ରମ ରାୟସାମନ୍ତ,ଲୁଲୁ ଦାସ,ଡିକୁ ଜେନା,ପୁପୁନ ଦଳ ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିଲେ।

Leave A Reply