Odisha news

ନୂତନ ମିଶନ ଶକ୍ତି ଗୃହ ନିର୍ମାଣ କାହା ସ୍ଵାର୍ଥରେ, ଦୀର୍ଘ ଦିନ ହେବ ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକାରୀ ନହେବାର କାରଣ କଣ

0
ବେତନଟୀ : ବେତନଟୀ ବ୍ଲକ ମିଶନ ଶକ୍ତି ବିଭାଗର ସ୍ବତନ୍ତ୍ର ବିଲଡିଂ ନିର୍ମାଣ କାର୍ଯ୍ୟ ଆର୍ ଏଣ୍ଡ ବି ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଜନୈକ ଠିକାଦାର କାମ କରିଥିଲେ ସୁଦ୍ଧା କାମରେ ଆସିବା ପୂର୍ବରୁ କାନ୍ଥରୁ ରଙ୍ଗ ଛାଡିବା ଆରମ୍ଭ ହେଲାଣି l ବେତନଟୀ ବ୍ଲକ ମିଶନ ଶକ୍ତି ବିଭାଗର ସମସ୍ତ କାମ ସମନ୍ବିତ ଶିଶୁ ବିକାଶ ବିଭାଗର କାର୍ଯ୍ୟାଳୟରେ ଚାଲିଛି। ଏକ ଛୋଟ କୋଠରୀ ମଧ୍ୟରେ ମିଶନ ଶକ୍ତି ବିଭାଗର କର୍ମଚାରୀମାନେ କାର୍ଯ୍ୟ କରୁଥିବା ବେଳେ ସେଠାରେ ମିଶନ ଶକ୍ତି ଗୋଷ୍ଠୀର ମହିଳାମାନେ ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ନାହିଁ, ବ୍ଲକ ପରିସରରେ ମହିଳାଙ୍କ ପାଇଁ ଶୌଚାଳୟଟିଏ ମଧ୍ୟ ନାହିଁ l ଯୋଉଁଥିପାଇଁ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୁଝିବା ପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସୁଥିବା ୨୦୦୦ ରୁ ଉର୍ଦ୍ଧ୍ୱ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟାମାନେ ସ୍ଵତନ୍ତ୍ର ମିଶନ ଶକ୍ତି ଗୃହ ନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଦୀର୍ଘ ଦିନ ଧରି ଆର୍ ଏଣ୍ଡ ବି ବିଭାଗ ପକ୍ଷରୁ ନିର୍ମାଣ କରାଯାଇ ମିଶନ ଶକ୍ତି ଗୃହକୁ ବ୍ଲକ୍ ମିଶନ ଶକ୍ତି ବିଭାଗକୁ ହସ୍ତାନ୍ତର କରିବାରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି ।
Nalco
Leave A Reply