Odisha news

ବୈଶିଙ୍ଗା ଥାନାରେ ପୁଲିସ ସମିତି ବୈଠକ ଅନୁଷ୍ଠିତ

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ଅଧୀନ  ବୈଶିଙ୍ଗା ଥାନାରେ ଆମ ପୁଲିସ ସମିତି ବୈଠକ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି lବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ ବୈଠକକୁ ଏସଆଇ ଲକ୍ଷ୍ମଣ ମୁର୍ମୁ ଓ ଏଏସଆଇ ପ୍ରଦୀପ ରାଉତ ପରିଚାଳନା କରିଥିଲେ l  ଆଜିର ବୈଠକରେ ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବୈଶିଙ୍ଗା ମହୋତ୍ସବରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦିଗରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା।  ବୈଠକରେ ଶ୍ରୀମିଶ୍ର ସେଥିପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ଲଢ଼ିଥିଲେ l ପରେ ସ୍ଥାନୀୟ ସମସ୍ୟା ଓ ତାର ସମାଧାନ ବିଷୟ ନେଇ ପୁଙ୍ଖନୂପୁଖ ଆଲୋଚନା କରାଯାଇଥିଲା l ମୁଖ୍ୟତଃ ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ, ଦୋକାନୀ ମାନେ ରାସ୍ତା ପାର୍ଶ୍ୱରେ ନିୟମିତ ଅଳିଆ ଆବର୍ଜନା ପକେଇବା, ବସଷ୍ଟାଣ୍ଡ ଯାତ୍ରୀନିବାସ ସାମ୍ନାରେ ବେଆଇନ ଜବରଦଖଲ ଉଛେଦ ଓ ଟ୍ରାକ୍ଟର ଚାଳକଙ୍କ କାଗଜପତ୍ର ନିୟମିତ ଯାଞ୍ଚ ନେଇ ପ୍ରଶ୍ନ ଉଠାଇଥିଲେ ଉପସ୍ଥିତ ବୁଦ୍ଧିଜୀବୀ l ସବୁ ସମସ୍ୟାର ସମାଧାନ ନିମିତ ଖୁବ ଅଳ୍ପ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଥାନା ଅଧିକାରୀ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ ଓ ସେଥିରେ ସ୍ଥାନୀୟ ଲୋକଙ୍କ ସହଯୋଗ ଲଢ଼ିଥିଲେ l  ଉକ୍ତ ବୈଠକରେ ଆମ ପୋଲିସ ସମିତିର ସ୍ଥାୟୀ ସଦସ୍ୟ, ପାଖାପାଖି ପଞ୍ଚାୟତର ସରପଞ୍ଚ, ଓକିଲ, ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦେଇଥିଲେ l

Govt
Leave A Reply