Odisha news

ବୈଶିଙ୍ଗା ଠାରେ ଅହିଂସା ରଥକୁ ସ୍ଵାଗତ କରିବା ଲାଗି ଜନସମୁଦ୍ର ପାଲଟିଥିଲା

0
ବେତନଟୀ/ବୈଶିଙ୍ଗା  : ଅଗଷ୍ଟ ୧୫ ତାରିଖରୁ   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଅହିଂସା ରଥଟି ମୟୂରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନ ପରିକ୍ରମା କରି ଆଜି ଅପରାହ୍ନ ସମୟରେ ୧୮ ନଂ ଜାତୀୟ ରାଜପଥ ଦେଇ  ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ଛକ ନିକଟରେ ପହଞ୍ଚିବା ପରେ ଭବ୍ୟ ସ୍ଵାଗତ କରାଯାଇଥିଲା।ସେଠାରୁ ବାହାରି ସନ୍ଧ୍ୟା ୫.୩୦ ମିନିଟରେ   ବୈଶିଙ୍ଗା ବଜାର ନିକଟରେ ପହଞ୍ଚିଥିଲା।ଏହି ଅହିଂସା ରଥକୁ ସ୍ଵାଗତ କରିବା ଲାଗି ବୈଶିଙ୍ଗା ସରପଞ୍ଚ ସାବିତ୍ରୀ ମୁର୍ମୁ, ସମିତି ସଭ୍ୟ ସରସ୍ଵତୀ ଦାସ,୩୬ନଂ ଜିଲ୍ଲାପରିଷଦ ସବିତା ଦାସ, ସ୍ୱୟଂ ସହାୟିକା ଗୋଷ୍ଠୀର ମହାସଂଘ ନେତ୍ରୀ ଶାନ୍ତିଲତା ରାଉତଙ୍କ ଆବାହକତ୍ଵ ରେ ସମସ୍ତ ମହିଳା ଗୋଷ୍ଠୀର ସଦସ୍ୟା, ନାଏବ ସରପଞ୍ଚ ଦିଲ୍ଲୀପ ବିଶ୍ଵାଳ, ବ୍ଲକ ଚେୟାରମେନ କୌଶଲ୍ୟା ମାଝୀ, ଉପାଧ୍ଯକ୍ଷ ଦେବଦତ୍ତ ତିଆଡି,ଜିଲ୍ଲା ସାଧାରଣ ସମ୍ପାଦକ ବୃନ୍ଦାବନ ଦାସ, ବେତନଟୀ ବିଡିଓ ସଂଗ୍ରାମ କେଶରୀ ପରିଡା, ଗଡଦେଉଳିଆ ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ସିଂ, ଯୁବନେତା ରାଜୀବ ରଞ୍ଜନ ସେନାପତି,ବରିଷ୍ଠ ନେତା ରାମଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ରହି ସ୍ଵାଗତ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀମାନେ ଦେଶାତ୍ମକ ବୋଧ ଗୀତ ଗାନ କରିବା ସହ ବିଭିନ୍ନ ସ୍ଳୋଗାନ ମାନ ଦେଇ ଏକ ରାଲି ଯୋଗେ ବଜାର ପରିକ୍ରମା କରିଥିଲେ।ଏହି ରାଲି ବୈଶିଙ୍ଗା ପଞ୍ଚାୟତ ଅଫିସ୍ ସମ୍ମୁଖରେ ଶେଷ ହେବା ପରେ ଅହିଂସା ରଥଟି କଳମା ଅଭିମୂଖେ ଯାତ୍ରା କରିଥିଲା।ଏହି ରାଲି ବଡସାହି ନିର୍ବାଚନ ନିର୍ବାଚନ ମଣ୍ଡଳୀ ପହଞ୍ଚିବା ପରେ ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ରଙ୍କ ସମେତ ସହ କର୍ମୀ ଉକ୍ତ ରଥକୁ ସ୍ଵାଗତ ସମ୍ବର୍ଦ୍ଧନା କରି ବେତନଟୀ, ଆଗ୍ରିଆ, ବୈଶିଙ୍ଗା ,ଗଡଦେଉଳିଆ ଓ କଳମା ଠାରେ ରଥଟି ପହଞ୍ଚିବା ପରେ ଫେରିଆସିଥିଲେ। ଏହି  କାର୍ଯ୍ୟକ୍ରମରେ ଆଇନଶୃଙ୍ଖଳା ପାଇଁ ବୈଶିଙ୍ଗା ଥାନାର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଓ ଅନ୍ୟ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ। ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ଏବଂ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମୟୂରଭଞ୍ଜ ସୀମା କଳମା ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ।
Ad2
Leave A Reply