Odisha news

ଡିଏମୟୁ ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

0

ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ପାଏକଯୁଗୁପୁରା ଗ୍ରାମ ର ଜନୈକା ବୃଦ୍ଧାଙ୍କ ଆଜି ଅପରାହ୍ନ ସମୟରେ ରୂପସା-ବାରିପଦା  ଡିଏମୟୁ ଟ୍ରେନ ଧକ୍କାରେ ମୃତ୍ୟୁ  ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ପାଏକଯୁଗୁପୁରା ଗ୍ରାମ ର ୰ ଲକ୍ଷ୍ମୀଧର ମହାନ୍ତଙ୍କ ଅବିବାହିତ ଝିଅ ସୁଗବୁଗି ମହାନ୍ତ (୬୫) କୌଣସି କାମ ନେଇ ରେଳ ଧାରଣା ପାରି ହେଉଥିବା ସମୟରେ ଡିଏମୟୁ ଟ୍ରେନଟି ଧକ୍କା ଦେଇଥିଲା। ସଙ୍ଗେ ସଙ୍ଗେ ଟ୍ରେନ୍ ଚାଳକ ଏବଂ ତାଙ୍କର ସହକର୍ମୀ ସେହି ଟ୍ରେନ୍ ରେ ବେତନଟୀ ନେବା ପରେ ସେ ମୃତ ବୋଲି  ଜଣା ପଡିଥିଲା । ଆସନ୍ତାକାଲି ତାଙ୍କ ମର ଶରୀରକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି  ସୂଚନା ମିଳିଛି। ଏ ନେଇ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

Nalco
Leave A Reply