ବ୍ରହ୍ମପୁର : ଓଡିଶା ର ସମସ୍ତ ସରକାରୀ କାର୍ଯ୍ୟଳୟ ସମ୍ମୁଖରେ ଓଡିଆ ଭାଷା ରେ ନାମ ଫଳକ ଲେଖିବା ସହ ଓଡିଆ ଭାଷାରେ ପତ୍ରାଳପ ବ୍ୟବହାର କରିବା ନେଇ ଓଡିଆ ଭାଷା ଆନ୍ଦୋଳନ ପକ୍ଷରୁ ଦାବି କରା ଯାଇ ଥିଲେ ମଧ୍ୟ ଏଥି ପ୍ରତି କାହାରି ଦୃଷ୍ଟ ଗୋଚର ହୋଇ ନଥିବା ବେଳେ ଓଡିଆ ଭାଷା କୁ ଉପେକ୍ଷା କରାଯାଉଛି ବୋଲି ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଏକ ସ୍ମାରକପତ୍ର ଓଡିଆ ଭାଷା ଆନ୍ଦୋଳନ ପକ୍ଷରୁ ପ୍ରଦାନ କରା ଯାଇଛି। ରାଜ୍ୟ ରେ ସମସ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ମେଡିକାଲ କଲେଜ ଓ ହସପିଟାଲ ରେ ଓଡ଼ିଆ ଭାଷା କୁ ଅଗ୍ରାଧିକାର ଭିତ୍ତିରେ ଲେଖିବାକୁ ଦାବି କରିଛନ୍ତି।
ସରକାର ଙ୍କ ପକ୍ଷରୁ ଓଡିଆ ଭାଷା ଆଇନ ପ୍ରଣୟନ କୁ ଉପେକ୍ଷା କରାଯାଉଛି।ରାଜ୍ୟ ସରକାରଙ୍କ ରାଜ୍ୟ ର ସମସ୍ତ କାର୍ଯ୍ୟଳୟ ଓ ବ୍ୟବସାୟୀକ ପ୍ରତିଷ୍ଠାନ ପକ୍ଷରୁ ନାମ ଫଳକ ଓଡିଆ ଭାଷାରେ ଲେଖିବା ବାଧ୍ଧତାମୂଳକ କରାଯାଇଥିଲା। ଏହି କ୍ରମରେ ସରକାରୀ କାର୍ଯ୍ୟଳୟ ରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଭାଷାତପସ୍ବି ତ୍ରନଥ ମହାରଣା କ୍ଷୋଭ ପ୍ରକାଶ କରିଛନ୍ତି। ସରକାରୀ ସ୍ତରରେ କୌଣସି ପ୍ରକାର କାର୍ଯ୍ୟକାରୀ ନହେବା ଏକ ପରିତାପର ବିଷୟ ହୋଇଛି। ଓଡିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ବହୁଳ ଅର୍ଥ ଖର୍ଚ୍ଚ କରାଯାଇଛି। ସମସ୍ତ କାଗଜପତ୍ର ଓଡ଼ିଆ ଭାଷା ରେ ଲେଖି ଆଦାନ ପ୍ରଦାନ କରାଯାଉ। ବିବାହ,ବ୍ରତ ସମେତ ବିଭିନ୍ନ ପ୍ରଚାର ପତ୍ରକୁ ଓଡ଼ିଆ ଭାଷା ରେ ଲେଖା ଯିବା ସହ
ବେନର, ସରକାରଙ୍କ ଯୋଜନା ରେ ସମସ୍ତ ବସ୍ତା ଆଦି ରେ ଲେଖା ଯିବା କୁ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରତାପ ଚନ୍ଦ୍ର ଦାସ, ,ଭାଷା ଆନ୍ଦୋଳନ ସମ୍ପାଦକ ଅଶୋକ ଦଳେଇ ,ମାନବ ଅଧିକାର ସୁରକ୍ଷା ମଞ୍ଚ ଅବନି କୁମାର ଗୟା,ପଙ୍କୋଜ କୁମାର ନାୟକ,ରବି ନାରାୟଣ ସାବତ,ଏସ ସାମ୍ବସିବା ରାଓ, ପଙ୍କଜ କୁମାର ନାୟକ, ବିଦ୍ୟାଧର ମହାରଣା
,ବିଜୟ ଚନ୍ଦ୍ର ଚୈ।ଧୁରି, ରବିନ୍ଦ୍ର କୁମାର ସାହୁ, ଦେବରାଜ ସାହୁ, ମୋହନ ଚରଣ ଓ ନିରଞ୍ଜନ ସାହୁ ପ୍ରମୁଖ ସମେତ ଯୋଗଦେଇ ଓଡିଶା ସିମାନ୍ତ ଅଞ୍ଚଳ ରେ ଓଡିଆ ଭାଷା କୁ ଉପେକ୍ଷା ନକରି ଓଡିଆ ପାଇଁ ଦାବି କରିଛନ୍ତି। ସମସ୍ତ ସରକାରୀ କାର୍ଯ୍ୟଳୟ ରେ ଓଡିଆ ଭାଷା ରେ ପତ୍ର ଆଦାନ ପ୍ରଦାନ କରି ବା ପାଇଁ ଦାବି କରିଛନ୍ତି।
