Odisha news

ସୁରକ୍ଷା ଦାବିରେ ଏମକେସିଜି ପିଜି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0
ବ୍ରହ୍ମପୁର,୧୬।୮ ସୁରକ୍ଷା ଦାବି କରି ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ପିଜି ଡାକ୍ତର ତଥା କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ଶୁକ୍ରବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି ା ଜରୁରୀକାଳୀନ ରୋଗୀ ସେବାକୁ ବାଦ ଦେଇ ଡିପିଡି, ଆଇପିଡି, ଅ​‌େ​‌ସ୍ତ୍ରାପଚାର ଗୃହରେ ପିଜି ଡାକ୍ତରମାନେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏଁ ଡ୍ୟୁଟି ବନ୍ଦ କରିଥିଲେ ା ଫଳରେ ଆଜି ଏମକେସିଜିରେ ରୋଗୀ ସେବାରେ ଆଶିଂକ ବାଧା ସୃଷ୍ଟି ହୋଇଥିଲା ା ବିଭିନ୍ନ ବିଭାଗର ଡିପିଡିରେ ରୋଗୀଙ୍କ ଭିଡ ଦେଖିବାକୁ ମିଳିଥିଲା ା ପଶ୍ଚିମବଙ୍ଗ ଆରଜି କର ମେଡିକାଲ କଲେଜ ଓ ହସପିଟାଲର ଜଣେ ପିଜି ଡାକ୍ତରାଣୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ା ସେହିଭଳି ଘଟଣା ଯେକୌଣସି ମେଡିକାଲ କଲେଜରେ ଘଟିପାରେ ା ତେଣୁ ଏମକେସିଜିରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଡ୍ୟୁଟି ସମୟରେ ଆବଶ୍ୟକୀୟ ସୁରକ୍ଷା  ଯୋଗାଇଦେବା, ମୃତ ଡାକ୍ତରାଣୀଙ୍କୁ ନ୍ୟାୟ ପ୍ରଦାନ କରିବା ଓ ଡାକ୍ତରରଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ଆଇନ ପ୍ରଣମୟ କରିବାକୁ ଦାବି କରାଯାଇଥିଲା ା ଏହି ଅବସରରେ ଡାକ୍ତରମାନେ ଓପିଡି ସମ୍ମୁଖରେ ପ୍ରତିବାଦ କରାଯାଇଥିଲା ା ଏହି ସମୟରେ ଏମକେସିଜି କନିଷ୍ଠ ଡାକ୍ତର ସଂଘର ସଭାପତି ଡା. ସୁବାଶିଷ ବେହେରା, ସମ୍ପାଦକ ଜ୍ୟୋତିମୟୀ ମିଶ୍ର, ଉପସଭାପତିକାଶିନାଥ ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ା ଆସନ୍ତା କାଲି ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ା
Nalco
Leave A Reply