Odisha news

ଯୁବକଙ୍କୁ କାତି ଚୋଟ ପକାଇ ଅଟୋ ଚାଳକ ଗିରଫ

0

ଵ୍ରହ୍ମପୁର ୨୪/୫- ଯୁବକଙ୍କୁ ହତ୍ୟା ଉଦ୍ୟମ କରିଥିବା ମାମଲାରେ ସଦର ଥାନା ପୋଲିସ ଜଣେ ଅଟୋ ଚଳକଙ୍କୁ ଆଜି ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଡେଙ୍ଗାପଦର ଗ୍ରାମର କବି ବେହେରା (୩୮)।  ଘଟଣା ବେଳେ କବି ବ୍ୟବହାର କରିଥିବା ରକ୍ତଭିଜା କାତିଟିକୁ ପୋଲିସ ଅଭିଯୁକ୍ତଙ୍କୁ ନିକଟରୁ ଜବତ କରିଛି। ମାମଲା ନମ୍ବର ୨୦୨/ ୨୨ରେ ପୋଲିସ ଅଭିଯୁକ୍ତ କବିଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାଇ ଡେଙ୍ଗାପଦର ଗ୍ରାମର ମନମୋହନ ପାଣି ଜଣେ ଶିକ୍ଷକ ଅଟନ୍ତି। କବି ବେହେରା ନିଜ ଅଟୋରେ ଶିକ୍ଷକ ମନମୋହନଙ୍କୁ ନିକଟସ୍ଥ ଏକ ସ୍କୁଲକୁ ନେବା ଆଣିବା କରନ୍ତି। ତେବେ ଅଟୋ ଭଡା ବାବଦକୁ କବି କିଛି ଟଙ୍କା ମନମୋହନ ଙ୍କ ଠାରୁ ପାଇବାର ଥିଲା । ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ କଥା କଟାକଟି ଲାଗିରହିଥିଲା। କବି ସାହୁ ଗତ ୨୨ ତାରିଖ ସନ୍ଧ୍ୟାରେ ମନମୋହନ ପାଣିଙ୍କ ଘରକୁ ଯାଇ ଅଟୋ ଭଡା ଟଙ୍କା ମାଗିବା ସହ ସେଠାରେ ଝଗଡା କରିଥିଲେ। ଘର ଭିତରେ ଥିବା ମନମୋହନଙ୍କ ପୁଅ ଶ୍ୱେତରାଜ ପାଣି ଘର ବାହାରକୁ ଆସି କବିରାଜଙ୍କୁ ଏଠାରେ ଝଗଡା କାହିଁକି କରୁଛୁ ବୋଲି ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କବି ହାତରେ ଧରିଥିବା ଏକ କାତିରେ ଶ୍ୱେତରାଜଙ୍କୁ ଆକ୍ରମଣ କରି ସେଠାରୁ ଚମ୍ପଟ ମରିଥିଲେ। ଗୁରୁତର ଅବସ୍ଥାରେ ଶ୍ୱେତରାଜଙ୍କୁ ପରିବାର ଲୋକ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ।

Nalco
Leave A Reply