ବ୍ରହ୍ମପୁର : ଆଜି ସନ୍ଧ୍ୟାରେ ଗୋପାଳପୁର ବେଳାଭୂମି ମହୋତ୍ସବ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବି, ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, , ଜିଲ୍ଲା ସଭାପତି ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କମିଶନର ଜେ ସୋନାଲ,ଡିଆରଡିଏ ଅଧ୍ୟକ୍ଷ ଭି କର୍ତି ୱସନ , ଉପ ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣି, ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇ ଆଜି ୨୮ ତାରିଖରେ ଉଦଯାପିତ ହୋଇଯାଇଛି। ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେଉ ଥିବାରୁ ଦର୍ଶକଙ୍କ ଆଗ୍ରହ ପ୍ରକାଶ କରି ଛନ୍ତି। ଏହି ମହୋତ୍ସବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ସେଥି ନିମନ୍ତେ ଦୁଇଟି ମଞ୍ଚ ବ୍ୟବସ୍ଥା କରା ଯାଇଛି। ଗୋଟିଏ ମଞ୍ଚରେ ଜିଲ୍ଲାର ଲୋକକଳା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଅନ୍ୟଟିରେ ବହୁ ପ୍ରତିଷ୍ଠିତ କଳାକାର ଯୋଗ ଦେଉ ଥିବାରୁ ଏହି ମଞ୍ଚ ମୁଖ୍ୟ ଆକର୍ଷଣ ରହିଛି। ବିଶିଷ୍ଟ କଳାକାର, କଣ୍ଠଶୀଳ୍ପିମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ବିଭୋର କରିଥିଲେ। ବହୁ ପ୍ରତିଷ୍ଠିତ କଳାକାର ଏଥିରେ ଭାଗନେଇ ଥିଲେ ବୋଲି ସୂଚନା ଦିଆଯାଇଛି। ଅତ୍ୟାଧିକ ଗହଳି ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା କିପରି ସୁଚାରୁ ରୂପେ ପରିଚାଳନା କରାଯିବ ଏକ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ମଧ୍ୟ ନିଷ୍ପରି ହୋଇଛି। ଏହି ମହୋତ୍ସବ ଅବସରରେ ୩ ଶହ ଷ୍ଟଲ ବ୍ୟବସ୍ଥା କରା ଯାଇଥିବା ବେଳେ ପଲ୍ଲୀଶ୍ରୀ ମେଳାରେ ଶହେ ଷ୍ଟଲ,ଜିଲ୍ଲାର ୧୦୦ଟି ଷ୍ଟଲ ରହିଥିବା ବେଳେ ବାହାର ଜିଲ୍ଲାରୁ ୧୫୦ଟି ଷ୍ଟଲ ଏବଂ ବାହାର ରାଜ୍ୟରୁ ଅନ୍ୟ ୫୦ଟି ଷ୍ଟଲ ରହିବ। ସେଥ୍ ମଧ୍ୟରୁ ଗ୍ରାହକଙ୍କୁ ଖାଦ୍ୟ ପଦାର୍ଥ ୩୦ଟି ଷ୍ଟଲ୍ରେ ମିଳିବ। ପୂର୍ବରୁ ଭିଆଇପି ଓ ଭିଭିଆଇପି ମାନଙ୍କୁ ପାସ ବ୍ୟବସ୍ଥା ଥିବା ବେଳେ ଚଳିତ ବର୍ଷ ମହୋତ୍ସବରେ ପାସ୍ ବ୍ୟବସ୍ଥାକୁ ଉଠାଇ ଦିଆଯାଇ ଥିବାରୁ ଦର୍ଶକଙ୍କ ଆଗ୍ରହ ପ୍ରକାଶ କରିଛନ୍ତି।