ବ୍ରହ୍ମପୁର– ଯୁଗେଯୁଗେ ନାରୀକୁ ହିଁ ଅଗ୍ନିପରୀକ୍ଷା ଦେବାକୁ ପଡିଛି । ରାମାୟଣର ସୀତାଙ୍କ ଠାରୁ ମହାଭାରତର ଦ୍ରୌପଦୀଙ୍କ ପର୍ଯ୍ୟନ୍ତ ।ନାରୀ ଉପରେ ଅନ୍ୟାୟ ଅତ୍ୟାଚାରର ଇତିହାସ ବହୁତ ପୁରୁଣା ।କେତେବେଳେ ପରମ୍ପରାର ଦ୍ୱାହି ଦେଇତ, ଆଉ କେବେ ସଂସ୍କୃତିର । ଦୁଷ୍କର୍ମ ଛୋଟ ପୋଷାକ ପାଇଁ ନୁଁହ ବରଂ ରୁଗ୍ଣ ମାନସିକତା ପାଇଁ ହୁଏ । ଜଣେ ନାରୀ ଦୁଷ୍କର୍ମର ଶୀକାର ହେବା ପରେ ତାର ଶାରୀରିକ ଓ ମାନସିକ ଅବସ୍ଥାକୁ ପାଦରେ ଦଳି ମିଡିଆରେ ଆରମ୍ଭ ହୋଇଯାଏ ପ୍ରାଇମ ଟାଇମ ଚର୍ଚ୍ଚା ।ଭୋଟ ବ୍ୟାଙ୍କ ପାଇଁ ଆରମ୍ଭ ହୁଏ ରୀତିମତ ରାଜନୀତି ଖେଳ ।ନ୍ୟାୟପାଳିକା ଠାରୁ ନ୍ୟାୟ ବଦଳରେ ମିଳେ ନୂଆଁ ନୂଆଁ ତାରିଖ ।ଆଉ ପ୍ରତିପକ୍ଷ ଓକିଲଙ୍କ ଠାରୁ ମିଳେ ଚାରିତ୍ରହୀନାର ସାର୍ଟିଫିକେଟ ।ଆଉ ଆମଭଳି ସାଧାରଣ ଲୋକମାନେ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରୁ ।ସାମାଜିକ ଗଣମାଧ୍ୟମରେ ଲାଇକ,କମେଣ୍ଟ ପାଇଁ ଲେଖି ଚୁପ ହୋଇଯାଉ । ଏତିକିରେ କଣ ଜଣେ ଦୁଷ୍କର୍ମ ପୀଡିତା ନ୍ୟାୟ ପାଇଯିବ ?ଦୁଷ୍କର୍ମ ଆଉ ଗଣଦୁଷ୍କର୍ମ ୟାକୁ ନେଇ ସରକାର 2012 ମସିହା ଡିସେମ୍ବର 16 ତାରିଖ ରାଜଧାନୀ ଦିଲ୍ଲୀର ଅମାନବୀୟ ଘଟଣା ପରେ ଆଇନରେ ପରିବର୍ତ୍ତନ ତ ଯଥେଷ୍ଟ ଆଣିଲେ,ହେଲେ ଆମ ମାନସିକତା ମହିଳାଙ୍କ ପ୍ରତି ସେମାନଙ୍କ ସମ୍ମାନ ପ୍ରତି ବଦଳିଲା ନାହିଁ ।ସ୍ମାର୍ଟ ଇଣ୍ଡିଆ ହୋଇଗଲା ହେଲେ ସମାଜର ଚିନ୍ତାଧାରା ଏବଂ ମାନସିକତାସ୍ମାର୍ଟ ହୋଇପାରିଲା ନାହିଁ ।ଘରେ ସବୁବେଳେ ଆମେ ଆମ ଝିଅ ବୋହୁଙ୍କୁ ବାହାରେ ଏକୁଟିଆ ବୁଲିବାକୁ ଆକଟ କରୁ ହେଲେ ନିଜ ପୁଅମାନଙ୍କୁ ଶିଖେଇବାର ପ୍ରୟାସ କରିନାହୁଁ । ଏଭଳି ଏକ ସତ୍ୟଘଟଣାକୁ ନେଇ ଜଣେ ଦୁଷ୍କର୍ମ ପୀଡିତାର ପୀଡା କହି ମଂଚସ୍ଥ ହୋଇଛି ନାଟକ”ମୁଁ ନିର୍ଭୟା କହୁଛି” । ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ତରଫରୁ ଆୟୋଜିତ 16ତମ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଖୋର୍ଦ୍ଧା ଇନ୍ଦ୍ରଧନୁ ଥିଏଟର ନାଟ୍ୟସଂସ୍ଥା ତରଫରୁ ପରିବେଷିତ ହୋଇଥିବା ଏହି ନାଟକକୁ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀବତ୍ସ ମହାନ୍ତି । ବିଜୟ ଦାସ ସଙ୍ଗୀତ ଦାୟିତ୍ୱ ତୁଲାଇଥିଲେ । ନାଟକରେ ମହେନ୍ଦ୍ର,ଶ୍ରୀବତ୍ସ, ବୁବୁନା,ବିଚିତ୍ର,ଅକ୍ଷୟ,ଦିପୁ,ସତ୍