Odisha news

ଦୁନିଆ ସାହୁ ହତ୍ୟା ଘଟଣା : ପୋଲିସ କବ୍ଜାରେ ପାଞ୍ଚ ଅଭିଯୁକ୍ତ

0
ବ୍ରହ୍ମପୁର :   ସଦର ଥାନା ନାରାୟଣପୁର ଗ୍ରାମରେ ଗତ 27 ତାରିଖ ରାତ୍ର ଦୁନିଆ ସାହୁଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପାଞ୍ଚ ଜଣକୁ ଉଠାଇ ଆଣିଛି ପୁଲିସ ।
ସେକ୍ସ ପ୍ୟାକେଟ୍ ଚଳାଇବା ପାଇଁ ପତିଆରା ଜାହିର କରିବାକୁ ଦୁନିଆ ଓ ତାଙ୍କ ବିରୋଧୀ ଗ୍ୟାଙ୍ଗ୍ ଭିତରେ ଚାଲିଥିଲା ଟକ୍ଟର। ଯାହାଫଳରେ ଏହି ହତ୍ୟାକାଣ୍ଡହୋଇଥିବା ପୁଲିସ ତଦନ୍ତରେ ଜଣାପଡିଛି। ଦୁନିଆଙ୍କ ହତ୍ୟା ପଛରେ ଥିବା ମାଷ୍ଟରମାଇଣ୍ଡ ଗୋସାଇଁନୂଆଗାଁ ମିନାକ୍ଷୀ ନଗର ଅଞ୍ଚଳର ସାଗର ପଣ୍ଡାଙ୍କୁ ଗିରଫ କରାଯାଇଥିବା ପୁଲିସ ପ୍ରକାଶ କରିଛି। ସାଗର ସହ ପାଞ୍ଚଜଣଙ୍କୁ ପୁଲିସ କାବୁ କରିଥିବା ବେଳେ ଅନ୍ୟ ଜଣେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଫେରାର୍ ଅଛି। ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୁଲିସ । ସେକ୍ଟ ଗ୍ୟାକେଟ୍‌କୁ ନେଇ ଦୁଇ ଗୋଷ୍ଠୀ ଭିତରେ ବିବାଦ ଲାଗିରହିଥିଲା। ଯାହାକୁ ନେଇ ମାର୍ଚ୍ଚ ୧୪ତାରିଖ ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀନୃସିଂହ ସାହି ୭ମ ଲାଇନ୍‌ରେ ସୁରେଶ ବେହେରାଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା। ମାର୍ଚ୍ଚ ୧୫ତାରିଖରେ ଫାଷ୍ଟଗେଟ୍ ନିକଟ ଶ୍ରୀକ୍ଷେତ୍ର ବିହାରରେ ଅପରାଧୁଙ୍କୁ ଧରିବାକୁ ଯାଇଥିବା ବେଳେ ବଡ଼ ବଜାର ଥାନା ପୁଲିସ ଟିମ୍ ଉପରକୁ ବୋମା ମାଡ଼ ହୋଇଥିଲା। ଘର ଭିତରେ ରହି ବାହାରେ ଥିବା ପୁଲିସ ଅଧିକାରୀଙ୍କ
ଉପରକୁ ବୋମା ଫିଙ୍ଗିଥିଲେ । ଦୁନିଆ ଓରଫ ଦୀପୁ ସାହୁ(୨୪) ଓ ତାଙ୍କ ମାଆ କୁନି ସାହୁଙ୍କ ସହ ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ। ସେକ୍ସ ରକେଟ୍ ଟଙ୍କାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ବିବାଦ ଲାଗି ରହିଥିଲା । ଯାହାଫଳରେ ବୋମା ମାଡ଼ ହୋଇଥିଲା ବୋଲି ପୁଲିସ ତଦନ୍ତରେ ଜଣାପଡିଥିଲା । ଉଭୟ ଗ୍ୟାଙ୍ଗ୍‌ର ବିବାଦ ବନ୍ଦ ହୋଇନଥିଲା । ଜେଲ୍‌ରୁ ଫେରିବା ପରେ ଦୁନିଆ ଓ ତାଙ୍କ ବିରୋଧୀ ଗ୍ୟାଙ୍ଗ୍ ଭିତରେ ଗଣ୍ଡଗୋଳ ଲାଗି ରହିଥିଲା । ଦୁନିଆଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସାଗର ପଣ୍ଡା । ଗାଁରେ ମଧ୍ୟ ଦୁନିଆ ନିଜର ପତିଆରା ଜାହିର କରିବାକୁ କିଛି ଲୋକଙ୍କ ସହ ଗଣ୍ଡଗୋଳ ବି କରୁଥିଲେ । ସାଗର ସେହି ଲୋକଙ୍କ ସହୟତା ନେଇଥିଲା ଏବଂ ଦୁନିଆକୁ ହତ୍ୟା କରିବାକୁ ଯୋଜନା କରିଥିଲା। ଶୁକ୍ରବାର ରାତିରେ ସଂଘବଦ୍ଧ ଭାବେ ଦୁନିଆଙ୍କ ଘରେ ପଶି ଆକ୍ରମଣ କରିଥିଲେ। ପ୍ରଥମେ ଦୁନିଆଙ୍କୁ ହାଣିଥିଲେ। ପରେ ତାଙ୍କ ମାଆ କୁନି ସାହୁ ଓ ସାନ ଭାଇ ଆଲୋକକୁ ହାଣିଥିଲେ । ସେମାନେ ସେଠାରୁ ଚମ୍ପଟ ମାରିଥିଲେ। ଦୁନିଆଙ୍କ ବାପା ଲକ୍ଷ୍ମଣ ସାହୁ ଖବର ପାଇ ଘରକୁ ଆସିଥିଲେ ଏବଂ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁନିଆ ସାହୁର ମୃତ୍ୟୁ ହୋଇଥିବା ବେଳେ ମାଆ କୁନି ସାହୁ ଓ ଭାଇ ଆଲୋକ ସାହୁ ଜୀବନ ସହ ସଂଘର୍ଷ କରୁଛନ୍ତି।
Leave A Reply