ଵ୍ରହ୍ମପୁର, ୧୭/୧୦ ଜିଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ୍)ବିଷ୍ଣୁପ୍ରସାଦ ମିଶ୍ର ଏକ ଚିଟଫଣ୍ଡ ଜରିଆରେ ଟଙ୍କା ଠକେଇ ମାମଲାର ରାୟ ପ୍ରକାଶ ପାଇଥିଲା। ପ୍ରମାଣ ଅଭାବରୁ ୫ଜଣ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଉକ୍ତ ଚିଟଫଣ୍ଡ ସଂସ୍ଥାର ଶାଖା ପରିଚାଳକ ତାମିଲନାଡୁ କୋଏମ୍ବଟୋରର କେ. ଆର. ଶ୍ରୀନିଭାଷନ , ଏଜେଣ୍ଟ ମାନେ ହେଉଛନ୍ତି ଚମାଖଣ୍ଡିର ଭି. ଲାଛମେୟା ରେଡ୍ଡୀ, ଛତ୍ରପୁରର ରମେଶ ବେହେରା , ବ୍ରହ୍ମପୁରର ପିଣ୍ଟୁ ସାମଲ ଓ ରବୀନ୍ଦ୍ରନାଥ ଜେନା । ସେହିପରି ଏହି ମାମଲାରେ ଫେରାର ରହିଥିବା ରାଇଟ ମେକ୍ସ ଚିଟଫଣ୍ଡ କମ୍ପାନୀର ୫ଜଣ ମୁଖିଆ ଘଟଣା ପର ଠାରୁ ଫେରାର ରହିଛନ୍ତି। କୋର୍ଟରେ ବିଚାରଣରେ ସେମାନେ ସହଯୋଗ କରିନଥିବାରୁ କୋର୍ଟ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ)ଜାରି କରିଛି। ଘଟଣାରୁ ପ୍ରକାଶ ଯେ, ୨୦୧୧ ମସିହାରେ ରାଇଟ ମେକ୍ସ ଚିଟଫଣ୍ଡ କମ୍ପାନୀ ଛାତ୍ରପୁରରେ ତାର ଶାଖା ଖୋଲିଥିଲା। ବିଭିନ୍ନ ଜମାକାରୀଙ୍କୁ ଜମା ଟଙ୍କାର ଦୁଇଗୁଣା ଦେବା କହି ଅଞ୍ଚଳର ଅନେକ ଜମାକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ। ପରେ ଜଣେ କ୍ଷତିଗ୍ରସ୍ଥ ଜମାକାରୀ ଜି. ଚନ୍ଦ୍ରପଣି ରେଡ୍ଡୀ ୨୦୧୨ ଅଗଷ୍ଟ ୧୨ ରେ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ୭୫/୧୨ ରେ କମ୍ପାନୀ ମୁଖିଆ ସମେତ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ତେବେ ପୋଲିସ ଉପରୋକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନରେ ବାହାରିଥିଲେ। ଅନ୍ୟପଟେ ତାମିଲନାଡୁ କୋଏମ୍ବଟୋରରରେ ରହୁଥିବା ଉକ୍ତ ଚିଟଫଣ୍ଡ ସଂସ୍ଥାର ମୁଖ୍ୟଙ୍କୁ ପୋଲିସ ଧରିପାରିନଥିଲା । ସେମାନେ ଉକ୍ତ ମାମଲାର ଏଯାବତ ଫେରାର ରହିଛନ୍ତି। ଏଣୁ କୋର୍ଟ ସେମାନଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଛି। ଏହି ମାମଲାର ବିଚାରଣା ବେଳେ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପରୋକ୍ତ ଜାମିନରେ ଥିବା ୫ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ। ସାକ୍ଷୀ ମାନଙ୍କ ବୟାନ କୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିନଥିବାରୁ ସିଜେଏମ୍ ସେମାନଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ମୁଦୁଲାଙ୍କ ପକ୍ଷରୁ ଡ଼ି. ଶଙ୍କର ରାଓ ଆଚାରୀ ଓ ରାଜେଶ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।