Odisha news

କାଳୁଆ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

0
ବ୍ରହ୍ମପୁର :  ଆଜି ସ୍ଥାନୀୟ ଗୋସାଇଁନୂଆଗାଁ ପ୍ରସିଦ୍ଧ ଗ୍ରାମ ଦେବି ମା’ କାଳୁଆ ଯାତ୍ରା ନିମନ୍ତେ ବୁଧବାର ଦିନ ମା’ଙ୍କ ଶୁଭ ଖୁଣ୍ଟି ସ୍ଥାପନ କରାଗଲା l ଆଜି ସକାଳ ୧0 ଘଣ୍ଟ ସମୟରେ ମା’କାଳୁଆଙ୍କ ଅସ୍ଥାୟୀ ମଣ୍ଡପ ରୁ ଗ୍ରାମ ବାସି ବର୍ଷା ହେବା ସର୍ତ୍ତେ ଘଣ୍ଟ, ମୃଦୁଙ୍ଗ ସହ ଏକ ବିରାଟ ପଟୁଆର ବାହାର କରି କାଳୁଆ ମନ୍ଦିର କୁ ମା’ଙ୍କୁ ଆବାହନ କରି ମାଙ୍କ ଆଜ୍ଞା ନେଇ,ମା’ଙ୍କ କାଳୁଆ ଯାତ୍ରା ପାଇଁ  ଅସ୍ଥାୟୀ ମଣ୍ଡପରେ ଶୁଭ ଖୁଣ୍ଟି ସ୍ଥାପନ କରାଗଲା l ସଭାପତି ଜଗନ୍ନାଥ ଚୌଧୁରୀଙ୍କ ଅଧ୍ୟକ୍ଷ ତାରେ କମିଟି ବୃନ୍ଦ ତଥା ପୂର୍ବତନ ମେୟର ଶିବଶଙ୍କର ଦାସ , ସ୍ଥାନୀୟ କର୍ପୋରେଟର ନୀଳକଣ୍ଠ ସାହୁ, ସମେତ ଗ୍ରାମ ବାସି ଉପସ୍ଥିତ ଥିଲେ l ଏହି ଯାତ୍ରା ଆସନ୍ତା ମହାଳୟା ୧୪ ତାରିଖ ଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ୨୮ତାରିଖ ଦୀର୍ଘ ୧୫ ଦିନ ବ୍ୟାପି ଯାତ୍ରା ଅନୁଷ୍ଠିତ ହେବl ନେଇ ସ୍ଥିର ହୋଇଛି l

Leave A Reply