ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠସ୍ଥିତ ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାୟଲୟରେ ବିଭିନ୍ନ ସମସ୍ୟାକୁ ନେ଼ଇ ଛାତ୍ରଛାତ୍ରୀ ମାନେ କଲେଜ୍ ମୁଖ୍ୟ ଫାଟକ ସମ୍ମୁଖରେ ଦୁଇଶହରୁ ତଦୁର୍ଦ୍ଧ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ଛାତ୍ର ଛାତ୍ରୀଙ୍କ ଦସ ଦଫା ଦାବି ମଧ୍ୟରେ ହଷ୍ଟେଲକୁ ଫେରିବା ସମୟ ନୋଟିସ୍ ପ୍ରତ୍ୟାହାର କରିବା,ବେଆଇନ୍ ଫାଇନ ଆଦାୟ ବନ୍ଦ କରିବା,ଛାତ୍ରୀ ନିବାସରେ ଛାତ୍ରୀ ମାନଙ୍କ ମୌଳିକ ଅଧିକାରକୁ ବଜାୟ ରଖିବା, କ୍ୟାମ୍ପସ ମେଡ଼ିକାଲ ସୁବିଧା, ହଷ୍ଟେଲର ରକ୍ଷଣା ବେକ୍ଷଣ ସହିତ ବିନା ସ୍ୱାକ୍ଷର ରେ ମେସ ବିଲ୍ ଆଦାୟ ଓ ରନ୍ଧାଖାଦ୍ୟରେ ପରିବର୍ତ୍ତନ ଭଳି ଦାବି ଦେଖିବାକୁ ଦାବି ରହିଥିଲା।ଦୁଇ ଘଣ୍ଟା ଧାରଣା ଦେବା ପରେ କଲେଜ୍ ହଷ୍ଟେଲ ଅଧିକ୍ଷକ ପ୍ରଫେସର୍ ପୁର୍ଣ୍ଣ ଚନ୍ଦ୍ର ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ଦାବି ପତ୍ର ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ। ପାରେ ହଷ୍ଟେଲ ସମସ୍ୟାକୁ ନୋଟିସ୍ ମାଧ୍ୟମରେ ସମାଧାନ କରିବାରୁ ପ୍ରତିଶ୍ରୁତି ଦେବା ସହ ମେଡ଼ିକାଲ ସୁବିଧା କୁ ଅଧ୍ୟକ୍ଷ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରାଯିବ ବୋଲି ମତ ପ୍ରକାଶ କରିଥିଲେ। ପ୍ରତିଶ୍ରୁତି ପାଇ ପରେ ଛାତ୍ରଛାତ୍ରୀ ମାନେ ଧାରଣା ଓହରି ଶ୍ରେଣୀଗୃହ କୁ ଯାଇଥିଲେ।t
