Odisha news

ଠାକୁରାଣୀ ଯାତ୍ରା,୨୨’ଦିନରେ,ରଥ ଓ କଳାକୁଞ୍ଜ ନିମନ୍ତେ ଭିଡ

0
ବ୍ରହ୍ମପୁର : ବିଶ୍ବ ପ୍ରସିଦ୍ଧ  ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଜି ମଙ୍ଗଳବାର ଅବସରରେ ଶ୍ରଧାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ଆଜି ଯାତ୍ରା  ୨୨ ଦିନରେ ପହଞ୍ଚିଛି।
ଅସ୍ଥାୟୀ ମନ୍ଦିର ସମେତ ରଥ ଓ କଳାକୁଞ୍ଜ କୁ ପୁଜା ଅର୍ଚ୍ଚନା କରା ଯାଇ ଥୀବା ବେଳେ ଭକ୍ତଙ୍କ ପ୍ରବଳ ଭିଡ ହେଉ ଥୀବା ଦେଖିବାକୁ ମିଳିଛି। ମା ଙ୍କୁ ଦର୍ଶନ କରିବା  ମାନସିକ ଧାରୀ ଭକ୍ତଙ୍କ ବିଭିନ୍ନ ବେଶ ଓ ମା ନିକଟରେ ପ୍ରାର୍ଥନା ମାନସିକ କରି ଥିବା ଭକ୍ତଙ୍କ ମଧ୍ୟ ରେ ଗାନ୍ଧି ନଗର ର ୧୦୮ ହନୁମାନ ବେଶ ବେଶ ଆକର୍ଷଣୀୟ କରିଛି। ଘଟ ଯାତ୍ରା ରେ ଜାଣ୍ଡୁ ବେଶ  ବେଶ ଆକର୍ଷଣୀୟ ହୋଇ ଥିବା ବେଳେ ରଥ ଓ କଳାକୁଞ୍ଜ କୁ ଉନ୍ମୋଚନ ଯାତ୍ରା ର ମହଲ ଭକ୍ତଙ୍କୁ ଉଦଯୀବିତ କରିଛି। ରଥ ଓ କଳାକୁଞ୍ଜ ଉନ୍ମୋଚନ ପରେ  ବେଶ ଭିଡ ଜମିଛି।  ଛୋଟ ଛୋଟ ଶିଶୁ ମାନଙ୍କ ସହିତ ପରିବାର ସଦସ୍ୟ ଠାକୁରାଣୀ ଯାତ୍ରା ସହିତ l ଏସଏସଭିଟି ସିନେମା ହଲ ପଡିଆ ଠାରେ ଲାଗି ଥିବା ମୀନାବଜାର ରେ ସହର ସମେତ ଗଞ୍ଜାମ ଜିଲ୍ଲାର ଜନ ସାଧାରଣ ଯାତ୍ରା ର ଉପଭୋଗ କରୁଛନ୍ତି।
ତାପମାତ୍ରା କମ ଥୀବା ବେଳେ ପ୍ରବଳ ଗହଳିରେ ମା ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗି ଥିବା ଦେଖିବାକୁ ମିଳିଛି।ରିତି ନିତି ଅନୁଯାୟୀ ପ୍ରତିଦିନ ଭଳି ଭୋର ପ୍ରାୟ ସାଢେ ଚାରିଟା ସମୟରେ ମାଙ୍କ  ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ପୁଣି ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଛଡା ଯାଇଥିଲା। ମା ଙ୍କ ପ୍ରିୟ ଦଧିଅର୍ଣ୍ନ ମଧ୍ୟ ଭୋଗ ଲାଗି କରାଯାଇଥିଲା। ମା ଙ୍କୁ ଦର୍ଶନ ନିମନ୍ତେ ଶ୍ରଧାଳୁ ନିଜ ର ଦୁଃଖ ଜଣାଇବା ପାଇଁ ଭକ୍ତଙ୍କ ପ୍ରବଳ ଜନ ଗହଳି ହେଉ ଥୀବା ଦେଖି ବାକୁ ମିଳିଛି। ମାନସିକ ଧାରୀ ଭକ୍ତ ମାନଙ୍କ ବିଭିନ୍ନ ବେଶ ଧାରଣ କରି ମା ଙ୍କୁ ଦର୍ଶନ କରୁ ଥିବା ପ୍ରବଳ ଭିଡରେ  ପିଲା ଛୁଆ ମାନେ ଭିଡମଧ୍ୟରେ ଅସ୍ତବ୍ୟସ୍ତ ହୋଇ ଯାଉଥିଲେ।  ବିଶ୍ବପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ମାଙ୍କ ଘଟ ପରିକ୍ରମା ପରମ୍ପରା ଅନୁଯାୟୀ ବାପା ଘରୁ ଘଟ ଧରି ସାହି ପରିକ୍ରମା ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରୁ ବାହାରି ରାଜ ବାଟି ରେ ପୁଜା ଅର୍ଚ୍ଚନା ପରେ ଗୁଡ ଗୋର୍ଜି ଦେଇ ପନ୍ଦରା ସାହି,ଜାମୁନିଆ ବନ୍ଧ ସାହି ଦେଇ କଂସାରୀ ସାହି ରେ ପର୍ଶୁରାମ ରଥ ଉନ୍ମୋଚନ କରି ଥିବା ବେଳେ ଖଣ୍ଡିଆ କୁମୁଟି ସାହି, ନୂଆଁ କାଳୁପାତ୍ର ସାହି,ସାର୍ଗୁଣା ସାହି ଓ ସୀତାରାମ ସାହି ହୋଇ ଗୁଡ ଗୋର୍ଜି ଦେଇ ଅସ୍ଥାୟୀ ମନ୍ଦିର କୁ ଫେରି ଥିଲେ।

Leave A Reply