Odisha news

ସୁନନ୍ଦା ପାନାସନିକ ଲାଇଟ୍ ସପର ଶୁଭ ଉଦଘାଟନ

0

ବ୍ରହ୍ମପୁର, ୧୭।୨: ସ୍ଥାନୀୟ ବିଜିପୁର ପରିବା ମାର୍କେଟ ନିକଟସ୍ଥ ଦୁର୍ଗା ଟେଲର ପାର୍ଶ୍ଵରେ ସୁନନ୍ଦା ଲାଇଟ୍ ନାମକ ଏକ ପାନସନିକ ଲାଇଟ୍ ସପର ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୁପେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ.ବିବେକ ରେଡ୍ଡୀ ଓ କର୍ପୋରେଟର ଜମୁଲା ଶ୍ରୀନିବାସ ପ୍ରମୁଖ ଯୋଗଦାନ କରି ନୂତନ ପ୍ରତିଷ୍ଠାନର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଅତିଥି ମାନେ ଉକ୍ତ ପ୍ରତିଷ୍ଠାନର ମୁଖ୍ୟ ଓ ତାଙ୍କ ପିତାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି । ଏନେଇ ସପର ମୁଖ୍ୟ ପରିଚାଳକଙ୍କ ପିତା ଦୁର୍ଗା ମାଧବ ସାହୁ କହିଛନ୍ତି ଯେ, ମୋର ସୁପୁତ୍ର ତାର ନିଜସ୍ଵ ଉଦ୍ୟମରେ ଏହି ପ୍ରତିଷ୍ଠାନ ଆରମ୍ଭ କରିଛି ଏବଂ ଆଜି ଏହାର ଉଦଘାଟନ ହୋଇଛି ତେଣୁ ମୁଁ ଅତ୍ୟନ୍ତ ଖୁସି ବୋଲି କହିଥିଲେ । ସେହିପରି ମୁଖ୍ୟ ପରିଚାଳକ କୃଷ୍ଣଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ଯେ, ପାନାସନିକର ଏହି ସପରେ କେବଳ ପାନାସନିକର ସମସ୍ତ ଭରାଇଟି ଉପଲବ୍ଧ ରହିଛି । ଯାହା ଉପଭୋକ୍ତାଙ୍କୁ ଅତି ସ୍ୱଳ୍ପ ଦରରେ ପ୍ରାପ୍ୟ ହୋଇପାରିବ, ଏହି ସପରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ପ୍ରକାରର ଲାଇଟ୍ ବଳବ ଯଥା ୨’ୱାଟ ଠାରୁ ଆରମ୍ଭ କରି ୫୦’ୱାଟ ପର୍ଯ୍ୟନ୍ତ ଉପଲବ୍ଧ ରହିଥିବା ବେଳେ, ଏଲିଡି ସ୍ପଟ୍ ଲାଇଟ୍, ଏମାର୍ଜେନ୍ସି ବଲବ, ସେନ୍ସର ବଲବ୍, ରାଦର୍ ବଲବ୍, ଆର୍ଜିବି ବଲବ୍, ଫ୍ଲେକ୍ସ ବଲବ୍, ଏଚ ଡବ୍ଲୁ, ରକେଟ ସେଫ୍, କିଗ୍ଲୋ ଓମିନି, କେଣ୍ଡେଲ ବଲବ୍, ନାଇଟ ବଲବ୍, ପେଣ୍ଡାଣ୍ଟ, ବଲବ୍, ପ୍ୟାନେଲ, ଡାଉନ୍ ଲାଇଟ୍, ବାଟେନ୍ ଲାଇଟ୍, ଓଭାଲ ଲାଇଟ୍, ସ୍ତ୍ରିଟ ଲାଇଟ୍, ଫ୍ଲଡ ଲାଇଟ୍, ବେସ୍ ଲାଇଟ୍, ଷ୍ଟ୍ରିପ ଲାଇଟ୍, ସିଲିଂ ଲାଇଟ୍, ଡେସ୍କ ଲାଇଟ୍, ଲାମ୍ପ ଲାଇଟ୍, ୱାଇ ଫାଇ ବଲବ୍ ଭଳି ବହୁ ପ୍ରକାର ଲାଇଟ୍ ଏହି ସପରେ ଉପଲବ୍ଧ ରହିଛି, ଏଣୁ ବ୍ରହ୍ମପୁର ସହରବାସୀଙ୍କୁ ଅନୁରୋଧ ଏହି ସପକୁ ଆସି ପାନାସନିକର ସୁବିଧା ଉପଭୋଗ କରନ୍ତୁ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକଙ୍କ ବଡ଼ ଭାଇ ରାମଚନ୍ଦ୍ର ସାହୁ, ଭଉଣୀ ସୁନନ୍ଦା ରାଣୀ ସାହୁ, ଭାଉଜ ପୁଷ୍ପାଞ୍ଜଳି ସାହୁଙ୍କ ସମେତ ବହୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ରହି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Nalco
Leave A Reply