Odisha news

ବିବାହିତା ମହିଳା କୁଂ ଧର୍ଷଣ ଉଦ୍ୟମ : ଥାନା ରେ ମାମଲା

0
ଢ଼େକିଂକୋଟ ତା ୧୭. ୨ : କେନ୍ଦୁଝରଜିଲ୍ଲା ଘଟଗାଁ ଥାନା ତଥା  ପାଟଣା ବ୍ଲକ ଅନ୍ତର୍ଗତ ପାଲାଣଘାଟୀ ଗ୍ରାମପଞ୍ଚାୟତ ର କୁମୁଲାବାହାଳି ଗ୍ରାମରେ ଜଣେ ବିବାହିତା ମହିଳା ଧର୍ଷଣର ଶିକାର ହୋଇଛନ୍ତି l ତେବେ  ମହିଳା ଜଣଙ୍କ ଦିନବେଳେ ଘରେ ଏକୁଟିଆ ଥିବାବେଳେ ଉକ୍ତ ଗ୍ରାମର ବିଭିଷଣ ବେହେରା ତାଂକୁ ଧର୍ଷଣ ଉଦ୍ୟମ କରିଥିଲେ l ମହିଳା ଜଣଙ୍କ ନିଜକୁ ବଞ୍ଚାଇବାକୁ ଜୋରରେ ଚିତ୍କାର କରିବାରୁ ବିଭୀଷଣ ଖସି ଚାଲିଆସିଥିଲେ l ତେବେ ମହିଳା ଜଣଙ୍କର ସ୍ବାମୀ କୃଷ୍ଣ ମୁଣ୍ଡା କେନ୍ଦୁଝର ରେ କାମ କରନ୍ତି l ଘରେ ମହିଳା ଜଣଙ୍କ ଦୁଇ ସନ୍ତାନ ସହିତ ରହୁଥିଲେ  l ଏ ସଂକ୍ରାନ୍ତରେ ମହିଳା ଜଣଙ୍କ ତାଂକ ସ୍ବାମୀ କୁ ଖବର ଦେବାରୁ ସେ ଘରକୁଆସି ବିଭୀଷଣ ନାମରେ ଘଟଗାଁ ଥାନା ରେ ଲିଖିତଏତାଲା ଦେଇଛନ୍ତି l ତେବେ ଆଗରୁ ଏହିପରି ଅନେକ ଘଟଣା ବିଭୀଷଣ ଗ୍ରାମରେ ଘଟାଇଥିବାର ଶୁଣିବାକୁ ମିଳୁଛି l ଉକ୍ତ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଉଭୟ ସ୍ବାମୀ ସ୍ତ୍ରୀ ଦାବିକରିଛନ୍ତି l
Nalco
Leave A Reply