Odisha news

୨ଦିନ ଧରି ବାର୍ଷିକ ସମ୍ମିଳନୀ

0

ଵ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା ଵ୍ରାହ୍ମଣ ପୁରୋହିତ ସମିତି ପକ୍ଷରୁ ଲୋଚାପଡା ନିକଟସ୍ଥ ଗଙ୍ଗାଧର ମହାଦେବଙ୍କ ପୀଠରେ ସଭାପତି ଶ୍ରୀ ଉମାଵଲ୍ଲଵ ଦାଶଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ସମିତିର ଉପଦେଷ୍ଟା ଶ୍ରୀ ନାରାୟଣ ରଥ, କାର୍ଯ୍ୟକାରୀ ସଭାପତି ଶ୍ରୀ ନୀଳମାଧବ ତ୍ରିପାଠୀ , ଉପସଭାପତି ନରସିଂହ ପାଢ଼ୀ, ସମ୍ପାଦକ ଶ୍ରୀ ସନ୍ତୋଷ କର, କୋଷାଧ୍ୟକ୍ଷ ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ୱିତୀୟ ଦିନ ମୁଖ୍ୟ ଅତିଥି ଅଵସର ପ୍ରାପ୍ତ ଵିଚାରପତି ଶ୍ରୀ ଅଵନୀ ରଞ୍ଜନ ଦାଶ, ମୁଖ୍ୟ ଵକ୍ତା ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ ରଥ  ମଞ୍ଚାସୀନ ହୋଇଥିଲେ । ଦୁଇଦିନ ସଭାରେ ବ୍ରାହ୍ମଣ ମାନଙ୍କ କାର୍ଯ୍ୟ,  ସମାଜରେ ଵ୍ରାହ୍ମଣ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଶେଷରେ ଵ୍ରାହ୍ମଣ ମାନଙ୍କୁ ଉପଢୈ।କନ ସହ ମାନପତ୍ର ପ୍ରଦାନ କରିଥିଲେ । ପଣ୍ଡିତ ଵିଭୁନନ୍ଦନ ପଣ୍ଡା ଓ  ଡ଼ଃ ସୁଧାଶୁ ଶେଖର କର  ମଞ୍ଚ ପରିଚାଳନା କରିଥିଲେ । ସମିତିର ସକ୍ରିୟ ସଭ୍ୟ ଶ୍ରୀ ବାବୁଲା ସଡ଼ଙ୍ଗୀ, ଶ୍ରୀ ଉମା ରଥ , ରଵିନ୍ଦ୍ର ଷଡ଼ଙ୍ଗୀ, ରାମନାରାୟଣ ପୁରୋହିତ , ବିରୁପାକ୍ଷ ରଥ , ବିଷ୍ଣୁ ପ୍ରସାଦ ଦାଶ ପ୍ରମୁଖ ରହି କାର୍ଯ୍ୟ ରେ ସହଯୋଗ କରିଥିଲେ ।ଏ ଅବସରରେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଵ୍ରାହ୍ମଣ ଉପସ୍ଥିତ ଥିଲେ । ସମ୍ପାଦକ ଶ୍ରୀ ସନ୍ତୋଷ କର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Nalco
Leave A Reply