Odisha news

ପଣ୍ଡିତ ରାମପ୍ରସାଦ ମିଶ୍ର କୁ ଅନ୍ତଃରାଷ୍ଟୀୟ ଜୋତିଶଶାସ୍ତ୍ର ରେ ସ୍ବର୍ଣ୍ଣ ପଦକ

0

ବେଲଗୁଣ୍ଠା 12/1: ଗୋବରା ପଞ୍ଚାୟତ ବାସୁଦେବପୁର ଶାସନ ଗ୍ରାମର  ମକଦମ  ସ୍ବର୍ଗତ ହରିହର ମିଶ୍ରଙ୍କ ପୁଅ ପଣ୍ଡିତ ରାମପ୍ରସାଦ ମିଶ୍ର ଙ୍କ  ଭୁବନେଶ୍ୱର ଅଶୋକ ନଗର ସ୍ଥିତ ଇଣ୍ଡିଆନ ବସ୍ତୁ ଓ ଆଷ୍ଟ୍ରୋଲୋଜିକାଲ ସର୍ଭେ କେନ୍ଦ୍ର ତରଫରୁ  ଅନ୍ତଃରାଷ୍ଟୀୟ ଜୋତିଶଶାସ୍ତ୍ର ରେ ସ୍ଵନ ପଦକ ସହ ମାନପତ୍ର  ମିଳିଛି l ଅତିଥି ରୂପେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଜୋତ୍ରିବିଦ ନିରଞ୍ଜନ ମହାପାତ୍ର, ପୂର୍ବତନ ସାଂସଦ ଡ୍ର. ପ୍ରଶ୍ନକୁମାର ପାଟ୍ଟଶାଣୀ, ବିଧାୟକ ଅନନ୍ତ ନାରାୟଣ ଜେନା, ଡ଼. ହୃଦାନନ୍ଦ ବାଳ, କାସିବିଶ୍ୱବିଦ୍ୟାଳୟ କୁଳାଧିପତି ଜି. ଡ଼ି ବଶିଷ୍ଠ,ଉପକୁଳାଧିପତି ଡ଼. ପି. ଆର. ହାଲଡର, ଅନ୍ତଃରାଷ୍ଟୀୟ ଜୋତିଶଶାସ୍ତ୍ର ଭାରତ ର ଅଧକ୍ଷ ଡ଼ ପିୟୁସ ପିପାସୁଦାସ ଯୋଗଦେଇ ପଣ୍ଡିତ ମିଶ୍ର ଙ୍କୁ ଜୋତିଶମହର୍ଷି ପରାଶର ସମ୍ମାନ, ସ୍ବର୍ଣ୍ଣପଦକ ସହ ମାନପତ୍ର ପ୍ରଦାନ କରିଥିଲେ l ଉପାଧି ମିଳିବା ପରେ ଅଂଚଳ ରେ ଖୁସିର ଲହରୀ ଦେଖିବାକୁ ମିଳିଛି l ଘୁମୁସରବ୍ରାହ୍ମଣ ପୁରହିତ ସମିତି ଅଧକ୍ଷ କାଳୁ ଚରଣ ଶତପଥୀ, ଉପାଧ୍ୟାକ୍ଷ ବୁଲୁମହାପାତ୍ର, ପଣ୍ଡିତ ଜ୍ୟୋତି ମିଶ୍ର, ପଣ୍ଡିତ ପ୍ରମୋଦ ଷଡ଼ଙ୍ଗୀ, ପଣ୍ଡିତ ଅରୁଣ ରଥ ସମେତ  ପଂଚାୟତ ବାସୀ, ପୁରୋହିତ ସମିତି ଶୁଭେଚ୍ଛା ଜଣାଇଛନ୍ତି l

Nalco
Leave A Reply