Odisha news

ଯୋଗ ଗୁରୁ ରାଜେନ୍ଦ୍ର ସାହୁଙ୍କ ମାତା ଓ ପିତାଙ୍କ ବିୟୋଗ

0
ବ୍ରହ୍ମପୁର ତା ୧୭।୧୨.ଆଜି ସକାଳ ପ୍ରାୟ ସାତଟା ସମୟରେ ବ୍ରହ୍ମପୁର ସହର ର ଜଣେ ପ୍ରତିଷ୍ଠିତ ଯୋଗ ଗୁରୁ ରାଜେନ୍ଦ୍ର ସାହୁଙ୍କ ପିତା ଶତୃଘ୍ନ ସାହୁ ୮୭ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି।ଗତକାଲି ତାଙ୍କ ମାତା ବାୟାଣି ସାହୁ (୭୫)ଙ୍କ ପରଲୋକ ହୋଇଯାଇଥିଲା ବେଳେ ଆଜି ତାଙ୍କ ପିତାଙ୍କ ଦେହାନ୍ତ ଖବର ସୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପିତା ଶତୃଘ୍ନ ଜଣେ ଭଲ ସମାଜ ସେବୀ ଓ ଭଲ ବ୍ୟବସାୟୀ ଥିବାବେଳେ ସମସ୍ତ ଙ୍କୁ ଭଲ ଶେବା ଦେଉଥିଲେ। ଗତ ପ୍ରୟ ଏକ ବର୍ଷ ହେବ କରୋନା ଠାରୁ ଅସୁସ୍ଥ ହୋଇ ଥିବା ବେଳେ ଆଜି ହଠାତ ଅସୁସ୍ଥତା ଅନୁଭବ କରି ଟଳି ପଡିଥିଲେ।
ଉଭୟ ସ୍ବମି ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂମ୍ପର୍କ ରହି ଥୀବା ବେଳେ ଗତକାଲି ସଂନ୍ଧ୍ୟାରେ ସେ ଆର ପାରିକୁ ଚାଲିଗଲା ପରେ ଆଜି ସ୍ବାମୀ ଙ୍କୁ ଡାକି ନେଇ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଉଭୟ ଙ୍କ ମଧ୍ୟ ରେ  ଏହା ଏକ ଉତ୍ତମ ସଂମ୍ପର୍କ। ସ୍ବର୍ଗତ ବାୟାଣି ସାହୁ ଜଣେ ମିଷ୍ଠ ଭାସି,ପରୋପକାରୀ, ଧର୍ମ ପରାୟଣ ମହିଳା ଥିଲେ। ତାଙ୍କର ଶରୀର ସୁସ୍ଥ ରହିବା ଓ ଖାଦ୍ୟ ପେୟ ଗ୍ରହଣ କରି ଥିବା ବେଳେ ଆଜି ହଠାତ ଅସୁସ୍ଥତା ଅନୁଭବ କରି ଟଳି ପଡିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସ୍ବମି ଶତୃଘ୍ନ ସାହୁ, ପୁଅ ରାଜେନ୍ଦ୍ର କୁମାର ସାହୁ, ରବିନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ,ଝିଅ ବିଜୟ ଲକ୍ଷ୍ମୀ ସାହୁ, ଯ୍ବାଇଁ ଶଙ୍କର ସାହୁ  ନାତି ନାତୁଣି ସମେତ ବହୁ ବନ୍ଧୁ ବାନ୍ଧବ ମାନଙ୍କ ସହିତ ନୀଳକଣ୍ଠେଶ୍ବର ମର୍ଣଙ୍ଗ କ୍ଳବର ବିଦ୍ୟା ଧର ପାଢୀ, ଦେବ ଦୂର୍ଲଭ ସାହୁ, ପ୍ରଦୀପ କୁମାର ପାତ୍ର, ସନ୍ତୋଷ ବେହେରା,ସାମ୍ବାଦିକ ସିମାଞ୍ଚଳ ସାହୁ, ଦ୍ବରେକା ମହାନ୍ତି, କୃଷ୍ଣ ଦଳେଇ, ରାଜିଲି ସାହୁ, ଚନ୍ଦ୍ର ମଣି ବିଶୋଇ,ଗାଣ୍ଡୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ବେଳେ ବହୁ ଅଞ୍ଚଳ ବାସୀ ଶେଷ ଦର୍ଶନ କରି ଥିଲେ। ତାଙ୍କ ଶେଷ କରିବା କରିବା ସହିତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରି ଥିଲା।
Nalco
Leave A Reply