ଵ୍ରହ୍ମପୁର ୧୮/୧୧- ଜିଆରପି ପୋଲିସ ଆଜି ସକାଳେ ହଳଦିଆ ପଦର ନିକଟ ରେଳଧାରଣରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ପକେଟରୁ ଏକ ମୋବାଇଲ ଓ ଏକ କାଗଜ ମିଳିଛି। ପୋଲିସ ଉକ୍ତ ମୋବାଇଲ ନମ୍ବର ରୁ କେତେକ ନମ୍ବର ସଂଗ୍ରହ କରି ଟେଲିଫୋନ କରିଥିଲେ ମଧ୍ୟ ମୃତ ଯୁବକଙ୍କ ପରିଚୟ ପାଇପାରିନାହିଁ।
ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ବୟସ ଆନୁମାନିକ ୩୫ରୁ ୪୦ ହେବ ବୋଲି ପୋଲିସ ଅନୁମାନ କରୁଛି। ପୋଲିସ ମୃତଦେହ ଜବତ କରି ଏସଂକ୍ରାନ୍ତରେ ୯୬/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅନ୍ୟପଟେ ମୃତଦେହ ବ୍ୟବଛେଦ ପାଇଁ ଏମକେସିଜି ମେଡିକାଲର ବ୍ୟବଛେଦ ଗୃହକୁ ପଠାଇଛି। ବ୍ୟବଛେଦ ପରେ ମୃତ ଯୁବକଙ୍କ ପରିଚୟ ସ୍ପଷ୍ଟ ପାଇଁ ମୃତଦେହ ସଂରକ୍ଷଣ ଗୃହରେ ତାହାକୁ ସଂରକ୍ଷିତ ରଖାଯାଇଛି। ପ୍ରାଥମିକ ତଦନ୍ତରୁ ଯୁବକ ଜଣଙ୍କ ଟ୍ରେନ ସମ୍ମୁଖକୁ ଆସି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଧେହ କରୁଛି।
