Odisha news

ବ୍ରହ୍ମପୁରରେ ଅନୁଷ୍ଠିତ ହେବ ଦୁଇ ଦିନିଆ ରଙ୍ଗବତୀ ଉତ୍ସବ

0
ପଶ୍ଚିମ ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ କୁ ନେଇ ବ୍ରହ୍ମପୁର ଠାରେ ଦୁଇ ଦିନିଆ ରଙ୍ଗବତୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆସନ୍ତା ୦୬ ଓ ୦୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏ ନେଇ ଆଜି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଦସ୍ୟ ଅନିଲ କୁମାର ପାତ୍ର। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଦସ୍ୟ ଅନିଲ କୁମାର ପାତ୍ରଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ବରିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢୀ, ନାଟ୍ୟକାର ଡ ମିହିର ତ୍ରିପାଠୀ ମଞ୍ଚାସିନ ଥିଲେ। ସେହିପରି ଏହି ଦୁଇ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଲୋକ ସଙ୍ଗୀତ ଓ ଲୋକ ନୃତ୍ୟ ଶିଳ୍ପୀ ମାନେ ଅଂଶ ଗ୍ରହଣ କରିବେ, ଯାହା ଦ୍ଵାରା ଏହାର ପ୍ରଚାର ପ୍ରସାର ହୋଇପାରିବ। ଏହି କାର୍ଯ୍ୟକ୍ରମ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ନାଟ୍ୟ ସଙ୍ଗୀତ ପ୍ରେମୀ ମଧ୍ୟ ଉପସ୍ଥିତ ଥିଲେ।
Nalco
Leave A Reply