ବ୍ରହ୍ମପୁର ତା ୬।୯।୨୨ : ମହାନଗର ନିଗମ ଅନ୍ତର୍ଗତ ୯ନମ୍ବର ୱାର୍ଡ ଜଗବନ୍ଧୁ ହୁଡା ସାହିର ବସ୍ତି ବାସିନ୍ଦା ଆବସ ଯୋଜନା ରୁ ବଞ୍ଚିତ ହୋଇ ଥିବା ନେଇ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ରାଜୀବ ଆବାସ ଯୋଜନାରେ ନିର୍ମିତ ହୋଇଥିବା ଗୃହ ଗୁଡିକ ଯୋଗ୍ୟ ହିତାଧିକାରୀ ଙ୍କୁ ମିଳିନଥିବା ନେଇ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ବିଏମ୍ସିରେ ଏକାଠି ହୋଇ ସେମାନେ ଅଭିଯୋଗ କରିଛନ୍ତି। ଆବାସ ଯୋଜନାରେ କିଛି ଅସାମାଜିକ ସୁବକ ଘରକୁ ଅକ୍ତିଆର କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଜଗବନ୍ଧୁ ହୁଡା ବସ୍ତିରେ ପ୍ରାୟ ୯୦ ପରିବାର ନିର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ରହି ଆସୁଛନ୍ତି। ଉଚ୍ଛେଦ କରିବା ପାଇଁ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ରଜାବ ଆବାସ ଯୋଜନା ଘର ଯୋଗାଇ ଦେବା ପାଇଁ ସର୍ଭେ କରା ଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୬୪ ଜଣଙ୍କୁ ଆପାର୍ଟମେଣ୍ଟରେ ଘର ମିଳିଥିଲା ।ଜଗବନ୍ଧୁ ହୁଡା ଆପାର୍ଟମେଣ୍ଟରେ ୩୮ ଜଣଙ୍କୁ ଘର ଦିଆଯାଇଥିବା ବେଳେ ଫାଷ୍ଟଗେଟ ମଶାଣି ନିକଟ ୨୬ ଜଣଙ୍କୁ ଘର ମିଳିଥିବା ସେମାନେ କହିଛନ୍ତି । ତେବେ ବଳକା ଯୋଗ୍ୟ ହିତାଧକାରୀଙ୍କ ଘର ମିଳିନଥିରୁ ସେହି
ବାସିନ୍ଦା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥି ସହ କିଛି ଅସାମାଜିକ ବ୍ୟକ୍ତିଙ୍କ ନାମରେ ଘରର ପଟ୍ଟ ଥାଇ ମଧ୍ୟ ସେମାନଙ୍କ ନାମରେ ଏକାଧିକ ଘର ମିଳିଥିବା ସେମାନେ ଅଭିଯୋଗ କରିଛନ୍ତି। ଜଗବନ୍ଧୁ ହୁଡ଼ା ଆପାର୍ଟମେଣ୍ଟ ବି-୧୦୭ରୁମରେ ରହୁଥିବା କଣ୍ଠି ନାୟକଙ୍କ ଠାରୁ ଜଣେ ବ୍ୟକ୍ତି ଧମକ ଦେଇ କୋର କବରଦସ୍ତ ଭାବେ ୨୮ ହଜାର କୋରେ ଉକ୍ତ ରୁମକୁ କିଣାବିକା କରିଥିବା ନେଇ କଣ୍ଠ ନାୟକ ଅଭିଯୋଗ କରିଛନ୍ତି । ବିଏମ୍ସି ପକ୍ଷରୁ ସ୍ଥାନ ଚିହ୍ନଟ ଥିବା ଗୃହକୁ ଭାଙ୍ଗିବା ପାଇଁ ଆଜି ଉଛେଦ କରିବାର ଥିଲା। ଏହି ଉଚ୍ଛେଦ ପ୍ରକ୍ରିୟା ଆସନ୍ତା ମଙ୍ଗଳବର ଦିନ କରିବା ପାଇଁ ବିଏମସି ନିଷ୍ପତ୍ତି ନିଆଯାଇଛି। ଉଛେଦ ହେଲେ ଆମେ କୋଉ ଠାରେ ରହିବୁ ବୋଲି ବାସିନ୍ଦା ପ୍ରଶ୍ନ କରିଛନ୍ତି । ବିଏମସି କମିନରଙ୍କୁ ଦାବିପତ୍ର ଦେବା ପାଇଁ ଆସିଥବା ବେଳେ କମିଶନରଙ୍କ ଅନୁପସ୍ଥିତି ଯୋଗୁଁ ବିଏମସି ନିର୍ବାହୀଯନ୍ତ୍ରୀ ଏମ ନାଗେଶ୍ବର ସୁବୁଦ୍ଧି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ଏହି ଦାବି ପତ୍ର ପ୍ରଦାନ ବେଳେ କର୍ଣ୍ଣ ନାୟକ, ଡଲି ନାୟକ, ବବି ସାହୁ, କରିନା ନାୟକ, କନକ ଲତା ନାୟକ, ମମତା ନାୟକ ଙ୍କ ସମେତ ବହୁ ବସିହା ଉପସ୍ଥିତ ଥିଲେ ।
