ବେଲଗୁଣ୍ଠା-୨୦/୩-ପୌର ନିର୍ବାଚନ ଅବସରରେ ବେଲଗୁଣ୍ଠା ବିଜେଡି ତରଫରୁ ଆଜି ଜୋରଦାର ପ୍ରଚାର କରାଯାଇଛି । ଏହି ପ୍ରଚାରରେ ଷ୍ଟାର୍ କେମ୍ପନର୍ ଭାବେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଏକ ବିରାଟ ଶୋଭାଯାତ୍ରାରେ ବେଲଗୁଣ୍ଠା ନଗର ପରିକ୍ରମା କରି ଅଧ୍ୟକ୍ଷ ପ୍ରାର୍ଥୀ ଫିରୋଜ ସେଠୀ ଓ ଅନ୍ୟ କାଉନସିଲର ପ୍ରାର୍ଥୀ ମାନଙ୍କଙ୍କୁ ଭୋଟ ଦେଇ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠାର ବିଜେଡି ସଭାପତି ରବିନ୍ଦ୍ରନାଥ ମହାପାତ୍ରଙ୍କ ସମେତ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ବହୁ କର୍ମୀ, ସଙ୍ଗଠକ, ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ ।