Odisha news

ବିଶ୍ୱର ସବୁଠୁ କୋଟିପତି  ଭିକାରୀ, ଯିଏ କି ଜଣେ ଭାରତୀୟ

0

ନୂଆଦିଲ୍ଲୀ : ଆମେ ରାସ୍ତାରେ ଅନେକ ସମୟ ରେ ଭିକାରି ମାନଙ୍କୁ ଭିକ ମାଗୁଥିବା ର ଦେଖିବାକୁ ପାଇଥାଉ l ଯେଉଁ ମାନଙ୍କର ମାଗିବା ଶୈଳୀ ଏଭଳି ହୋଇଥାଏ ଯେ ଯାହାଙ୍କୁ ଦେଖି ମନରେ ଦୟା ଆସିଥାଏ l ସେହିଭଳି ଜଣେ ଭିକାରି ହେଉଛନ୍ତି ଭରତ ଜୈନ l ଯାହାଙ୍କ ବ୍ୟାଙ୍କ ବାଲାନ୍ସ ତାଙ୍କର ପରିଚୟ ଦେଇଥାଏ ଯେ ସେ ଜଣେ ଧନୀ ଭିକାରୀ ବୋଲି l ମୁମ୍ବାଇ ର ଛତ୍ରପତି ଶିବାଜୀ ଟର୍ମିନାଲ ଓ ଆଜାଦ ମୈଦାନ ରେ ଭିକ ମାଗିଥିବା ଭରତ ଜୈନ ଦୁନିଆର ସବୁଠୁ ଧନୀ ଭିକାରି ଅଟନ୍ତି l ସେ ଭିକ ମାଗିଥିବା ପଇସାରେ କୋଟି କୋଟି ଟଙ୍କାର ସମ୍ପତି କରିଛନ୍ତି l ମୁମ୍ବାଇ ର ପୁନେ ରେ ସେ ଅନେକ ଘର ତିଆରି କରିଛନ୍ତି l ଭରତ ପ୍ରତି ମାସରେ ଭିକ ମାଗି ପାଖାପାଖି ୭୫ ହଜାର ଟଙ୍କା ରୋଜଗାର କରନ୍ତି l ଏମିତିରେ ବର୍ଷକୁ ୯ ଲକ୍ଷ, ତାର ନେଟ ବର୍ଥ ହେଉଛି ୮.୫୦କୋଟି ଟଙ୍କା l ଏଥିରେ ଭିକ ମାଗିଥିବା ପଇସା ବ୍ୟତୀତ ତାଙ୍କ ବ୍ୟବସାୟ ରେ ହୋଇଥିବା ଆୟ କୁ ମଧ୍ୟ ସାମିଲ କରାଯାଇ ଥାଏ l ସେ ମୁମ୍ବାଇ ରେ ରହୁଥିବା ଘରର ମୂଲ୍ୟ ୧କୋଟି ୨୦ ଲକ୍ଷ  ଟଙ୍କା l

ଭରତ ର ପରିବାର ରେ ତାଙ୍କ ପତ୍ନୀ, ଦୁଇ  ପୁଅ, ଜଣେ ଭାଇ ଓ ପିତା ରହିଛନ୍ତି l ପରିବାର ସଦସ୍ୟ ମାନେ ତାଙ୍କୁ ଅନେକ ଥର ଏହି କାମ ଛାଡିବାକୁ କହିଛନ୍ତି l କିନ୍ତୁ ସେ ଏହି କାମ କୁ ଛାଡି ପରି ନଥିଲେ l ତାଙ୍କ ପରିବାର ସଦସ୍ୟ ଗୋଟିଏ ଷ୍ଟେସନାରୀ ଦୋକାନ ଖୋଲିଛନ୍ତି l ଏହାଛଡା ସେ ନିଜ ଘରକୁ ଭଡା ମଧ୍ୟ ଲଗାଇଛନ୍ତି l ଏବଂ ଦୋକାନ ଘର କରି ମଧ୍ୟ ଭଡା ଲଗାଇ ଥିବାର ସୂଚନା ମିଳିଛି l ଠାଣେ ରେ ଭଡା ଲାଗିଥିବା  ଦୁଇଟି ଦୋକାନ ଘରୁ ମାସକୁ ୫୦ ହଜାର ଟଙ୍କା ଭଡା ବାବଦ ରେ ଆସିଥାଏ l ସେ ଭିକ ମାଗି ତାଙ୍କ ଲାଇଫ ଷ୍ଟାଇଲ ମଧ୍ୟ ଖୁବ ସୁନ୍ଦର କରିପାରି ଛନ୍ତି l

Leave A Reply