ନବରଙ୍ଗପୁର (କେ.ସାକିଲି ଦୋରା)—ଭାଲୁ ଖେଳୁଛି ଫୁଟବଲ।ଖୁଲମ ଖୋଲା ଭାଲୁ ଖେଳୁଛନ୍ତି ଫୁଟବଲ ଏଭଳି କିଛି ଦେଖିବାକୁ ମିଳିଛି। ସୂଚନା ମୁତାବକ ଉମରକୋଟ ବ୍ଲକ ମୂର୍ତ୍ତୃମା ପଂଚାୟତ ଶୁଖିଗାଁ ରେ ସକାଳେ ସୁକିଗାଁ ପଡ଼ିଆ ରେ ପ୍ରତିଦିନ ଭଳି ଗ୍ରାମ ର ପିଲା ମନେ ଫୁଟବଲ ଖେଳିବାକୁ ଯାଇଥିଲେ ।ପଡିଆ ରେ ପିଲାମାନେ ଫୁଟବଲ ଖେଳୁଥିବା ସମୟରେ ହଟାତ ଦୁଇଟି ଭାଲୁ ଜଙ୍ଗଲ ମଧ୍ୟରୁ ଆସି ପଡିଆ ଭିତରକୁ ପ୍ରବେଶ କରିଥିଲେ।
ଖେଳୁଥିବା ପିଲାମାନେ ଭୟରେ ଫୁଟବଲ କୁ ଛାଡି ପଳାଇଥିଲେ ।କିନ୍ତୁ ଉଭୟ ଭାଲୁ ଫୁଟବଲ କୁ ନେଇ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ଏବେ ଏହି ଖେଳିବା ଭିଡ଼ିଓ ମୋବାଇଲ ରେ ଭାଇରଲ ହେଉଛି। ଭାଇରାଲ ଭିଡିଓ ରେ ଭାଲୁ ଦୁଇଟି ଖୁସିରେ ଫୁଟବଲ ଖେଳୁଥିବା ଦେଖାଦେଇଛି।ଯାହା କି ସ୍ଥାନୀୟ ପିଲାମାନଙ୍କ ସହ ସ୍ଥାନୀୟ ବାସିନ୍ଦା ଭାଲୁ ଙ୍କ ଫୁଟବଲ ଖେଳ ଦେଖି ବେଶ ମଜା ନେଉଛନ୍ତି।

Comments are closed.