Odisha news

କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ପରିଦର୍ଶନ କଲେ ମାନ୍ୟବର ରାଜ୍ୟପାଳ

କଟକ ବିଧାୟକ ସୋଫିଆ ଫିରଦୋସଙ୍କ ମଧ୍ୟ ଏକ୍ସପୋ ପରିଦର୍ଶନ

0

ଭୁବନେଶ୍ୱର: କ୍ରେଡାଇ ଓଡ଼ିଶାର ବାର୍ଷିକ ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ବେଶ ଉତ୍ସାହର ସହ ଚାଲିଛି, କାରଣ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ ରିଅଲ ଇଷ୍ଟେଟ ଠାରୁ ଆଗକୁ ଯାଇ ଘର ସଜ୍ଜା, ନିର୍ମାଣ ଏବଂ ଜୀବନଶୈଳୀ ସମାଧାନରେ ନୂତନ ଚିନ୍ତାଧାରାକୁ ପାଳନ କରୁଛି। ମଙ୍ଗଳବାର ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଏକ୍ସପୋର ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିଛନ୍ତି। କଟକ ବିଧାୟକ ସୋଫିଆ ଫିରଦୌସ ମଧ୍ୟ ଏକ୍ସପୋ ପରିଦର୍ଶନ କରିଥିଲେ।
ଉଦଘାଟନୀ ଉତ୍ସବରେ ଡ. ହରିବାବୁ କମ୍ଭମପତି କ୍ରେଡାଇ ଓଡ଼ିଶାର ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ, “ହୋମ୍ ଆଣ୍ଡ ଡେକୋର ଏକ୍ସପୋ ଭଳି କାର୍ଯ୍ୟକ୍ରମ କେବଳ ଘର କ୍ରେତାମାନଙ୍କୁ ଜ୍ଞାନ ଓ ବିକଳ୍ପ ସହିତ ସଶକ୍ତ କରେ ନାହିଁ ବରଂ ଗୃହ ନିର୍ମାଣ ଓ ସଜ୍ଜା କ୍ଷେତ୍ରରେ ଉଦ୍ଭାବନ ଓ ସହଯୋଗକୁ ପ୍ରୋତ୍ସାହିତ କରିଥାଏ।’’
ଏପ୍ରିଲ ୨୦ରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋରେ ଶ୍ରେଷ୍ଠ୍ ବିଲଡର, ଆର୍ôଥକ ଅନୁଷ୍ଠାନ, ବିଲ୍ଡିଂ ମ୍ୟାଟେରିଆଲ ନିର୍ମାତା, ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ୍ ଫାର୍ମ, ଇଂଟେରିୟର ଡିଜାଇନର, ଟାଇଲ୍ ଓ ସାନିଟାରି ୱେୟାର ବ୍ରାଣ୍ଡ୍ ଆଦି ବିଭିନ୍ନ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିବେ। ଆଶାୟୀ ଘର ମାଲିକ, ରିଅଲ୍ ଇଷ୍ଟେଟ୍ ନିବେଶକ, ଆର୍କିଟେକ୍ଟ ଏବଂ ଇଂଟେରିୟର ଡିଜାଇନ୍ ପ୍ରଫେସନାଲମାନଙ୍କୁ ସମାନ ଭାବରେ ସମାଧାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
ଅଂଶଗ୍ରହଣକାରୀମାନେ ସ୍ମାର୍ଟ ହୋମ୍ ଟେକ୍ନୋଲୋଜି, ସ୍ଥାୟୀ ନିର୍ମାଣ ସମାଧାନ ଏବଂ ଭବିଷ୍ୟତରେ ପ୍ରସ୍ତୁତ ଜୀବନଶୈଳୀ ଉତ୍ପାଦଗୁଡ଼ିକର ଅତ୍ୟାଧୁନିକ ଅନୁସନ୍ଧାନ କରିପାରିବେ। ଏହି ଏକ୍ସପୋରେ ଗୃହ ନିର୍ମାଣ, ଆଭ୍ୟନ୍ତରୀଣ ସଜ୍ଜା ଏବଂ ସହରାଂଚଳ ଜୀବନଶୈଳୀର ସାମ୍ପ୍ରତିକ ଏବଂ ଉଦୀୟମାନ ଧାରା ଉପରେ ଇଂଟରାକ୍ଟିଭ୍ ଅଧିବେଶନ, ବିଶେଷଜ୍ଞ ପ୍ୟାନେଲ ଏବଂ ଶିଳ୍ପ ଆଲୋଚନା ମଧ୍ୟ ରହିବ । କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ସମସ୍ତଙ୍କ ପାଇଁ କିଛି ନା କିଛି ପ୍ରତିଶ୍ରୁତି ଦେଉଛି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡିଏସ୍ ତ୍ରିପାଠୀ, ଉପାଧ୍ୟକ୍ଷ ବିନୟ କୃଷ୍ଣ ଦାସ, ସେକ୍ରେଟାରୀ ଅନିଲ ଅଗରୱାଲ, ସଭାପତି ସ୍ୱଦେଶ କୁମାର ରାଉତରାୟ, ସଭାପତି ଉମାଶଙ୍କର ପାଣିଗ୍ରାହୀ, ଉପସଭାପତି ଉମେଶ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Nalco
Leave A Reply