Odisha news

ଆଜି ହେଉଛି ପବିତ୍ର ଚୈତ୍ର ପୂର୍ଣିମା ଏବଂ ହିନ୍ଦୁ ନବବର୍ଷର ପ୍ରଥମ ପୁର୍ଣିମା

0

ଚୈତ୍ର ପୁର୍ଣିମା ହିନ୍ଦୁ ନବବର୍ଷ ର ପ୍ରଥମ ପୁର୍ଣିମା ଅଟେ, ଏବଂ ଏହା ଗୋଟିଏ ଅତି ଶୁଭ ଦିନ ବୋଲି ହିନ୍ଦୁ ଧର୍ମରେ ମାନ୍ୟତା ରହିଛି, ଆଜିର ଦିନରେ ସ୍ନାନ, ଦାନ ଓ ପୂଜାର ବିଶେଷ ମହତ୍ୱ ରହିଛି, ଏବଂ ଆଜିର ପବିତ୍ର ଦିନରେ ହିନ୍ଦୁ ମାନ୍ୟତା ଅନୁସାରେ ଚଳିତ ବର୍ଷ ଏପ୍ରିଲ ୧୨ ତାରିଖ ଦିନ ଚୈତ୍ର ପୁର୍ଣିମା ର ଶୁଭ ତିଥି ପାଳିତ ହେବାକୁ ଯାଉଛି l

ଚୈତ୍ର ପୁର୍ଣିମାର ଧାର୍ମିକ ମହତ୍ୱ –
ଭାରତୀୟ ପରମ୍ପରା ରେ ଚୈତ୍ର ପୁର୍ଣିମା ରେ ବିଶେଷ ପୂଜାର୍ଚନା କରାଯାଇଥାଏ, ଏବଂ ଏହିଦିନ ଶ୍ରଦ୍ଧା ରେ ଭଗବାନ ଙ୍କ ନିକଟରେ ପୂଜାର୍ଚନା କରାଯିବା ଦ୍ୱାରା ପିତୃ ପୁରୁଷ ଆତ୍ମାର ସଦଗତି ହୋଇଥାଏ l ଏବଂ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଥାଏ l ଚୈତ୍ର ପୁର୍ଣିମା ଦିନ ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ ଓ ହନୁମାନଙ୍କ ର ବିଶେଷ ପୂଜା କରାଯାଇଥାଏ l ଆଜିର ଦିନରେ ଦାନର ଅନେକ ମହତ୍ୱ ରହିଛି ଓ ପୁଣ୍ୟ ଲାଭ ହୋଇଥାଏ l

– ଆଜିର ଦିନରେ ପୁଣ୍ୟ ପ୍ରାପ୍ତି ପାଇଁ ସତ୍ୟନାରାୟଣ ଙ୍କୁ ପୂଜା କରନ୍ତୁ l
– ଯଦି ଆପଣ ଆଜିର ଦିନରେ ଯଦି ଓଁ ନମଃ ଭଗବତେ ବାସୁଦେବାୟ ନମଃ ୧୦୮ ଥର ପାଠ କରନ୍ତୁ l
– ଆଜିର ଦିନରେ ଯଦି ଶନି ବାର ହେତୁ ଶନି ଦେବ ଙ୍କ ସହିତ ହନୁମାନ ଙ୍କୁ ମଧ୍ୟ ପୂଜାର୍ଚନା କରିବାର ବିଶେଷ ବିଧି ରହିଛି l
– ଆଜି ଘରେ ଯଦି ଅଖଣ୍ଡ ଦୀପ ଜଳାଇବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l
– ଚୈତ୍ର ପୁର୍ଣିମା ରେ ଗୋସେବା ସହିତ ଗୋମାତା ଙ୍କୁ ଭୋଜନ କରାଇବାର ବିଶେଷ ମହତ୍ୱ ରହିଛି l

Leave A Reply