ଭୁବନେଶ୍ୱର,(ନି.ପ୍ର): କୋଭିଡ୍-୧୯ କଟକଣା ଯାଞ୍ଚ କରାଯିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜନୈକା ମହିଳା ଏସ୍ଆଇଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ଓ ଅସଦାଚରଣ କରିଥିବା ଅଭିଯୋଗରେ ଗୁରୁବାର ନୟାପଲ୍ଲୀ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳର ବିକାଶ କୁମାର ପ୍ରଧାନ(୨୫) ।
ସେ ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଥାନା ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୧୫ ସମୟରେ ନୟାପଲ୍ଲୀ ଥାନା ଏସ୍ଆଇ ପ୍ରତିମା ସାହୁ କୋଭିଡ କଟକଣା ଉଲଂଘନକାରୀଙ୍କ ଉପରେ ଜୋରିମାନା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ । ଭିଆଇପି କଲୋନୀ ଓମଫେଡ ନିଟକରେ ଅଭିଯୁକ୍ତ ବିକାଶ ମାସ୍କ ନପିନ୍ଧି ବୁଲୁଥିଲେ ।ଏ ନେଇ ପୋଲିସ ତାଙ୍କୁ ଅଟକାଇ ୧୦୦ ଟଙ୍କା ଜୋରିମାନା ଆଦାୟ କରିବାରୁ ସେ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ଏପରି ୧ ଶହ ଟଙ୍କା ଜୋରିମାନା ଦେବା ସହ ପ୍ରତିମାଙ୍କୁ ସର୍ବସାଧାରଣ ସ୍ଥାନରେ ଅଭିଯୁକ୍ତ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ପରେ ପୋଲିସ ଏନଫୋର୍ସମେଣ୍ଟ ଟିମ୍ ସେଠାରୁ ·ଲିଯାଇଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କୁ ପିଛା ଛାଡିନଥିଲେ ।
ଏନ-୧ ଅଞ୍ଚଳରେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ପୋଲିସ ଫାଇନ ଆଦାୟ କରୁଥିବା ବେଳେ ଅଭିଯୁକ୍ତ ବିକାଶ ପୋଲିସର କାର୍ଯ୍ୟକଳାପକୁ ଭିଡିଓ ରେକର୍ଡିଂ କରୁଥିଲେ । ସେଠାରୁ ପୋଲିସ ଫେରିବା ବେଳେ ଅଭିଯୁକ୍ତ ବିକାଶ ପୁନଃର୍ବାର ପ୍ରତିମାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ଦେବା ସହ ଅସଦା·ରଣ କରିଥିଲା । ଅଭିଯୁକ୍ତଙ୍କ ଠାରୁ ଫାଇନ ନେବାକୁ ବିରୋଧ କରି ନାନାଦି ଧମକ ଚମକ ଦେଇଥିଲେ । ଶେଷରେ ପୋଲିସ ବାଧ୍ୟ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଉଠାଇ ଆଣିଥିଲା । ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ·ଲାଣ କରିଥିଲା । ଜାମିନ ଆବେଦନ ଖାରଜ ହେବାରୁ ବି·ର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
