Odisha news

କଟକ-ଭୁବନେଶ୍ୱର କୋଭିଡ୍-୧୯ କାର୍ଯ୍ୟ ସମୀକ୍ଷା କଲେ ଡିଜିପି , ସଂକ୍ରମଣ ରୋକିବାକୁ ସ୍ୱତନ୍ତ୍ର ବୈଠକରେ ଆକ୍ସନ୍ ପ୍ଳାନ୍ , ଯୋଗାଇ ଦିଆଯିବ ୫୦ ଅଧିକାରୀଙ୍କ ସମେତ ୫ପ୍ଲାଟୁନ୍ ସଶସ୍ତ୍ର ଫୋର୍ସ

0

ଭୁବନେଶ୍ୱର,(ନି.ପ୍ର): ଦ୍ୱୈତନଗରୀ କଟକ- ଭୁବନେଶ୍ୱରରେ କୋଭିଡ୍-୧୯ ସଂକ୍ରମଣ ରୋକିବା ପାଇଁ ଗୁରୁବାର ସ୍ୱତନ୍ତ୍ର ବୈଠକରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ଡିଜିପି । ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବାକୁ ଗୁରୁତ୍ୱ ଦିଆଯିବା ସହ କୋଭିଡ୍-୧୯ ପାଇଁ ପ୍ରଣୟନ ହୋଇଥିବା ନିୟମକୁ କଡାକଡି ଭାବେ କାର୍ଯ୍ୟକାରି କରାଯିବ ବୋଲି ଡିଜିପି ଶ୍ରୀ ଅଭୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ନିଷ୍ପତି ହୋଇଛି । ଦୁଇ ସହରରେ ଚଢାଉ ଜୋରଦାର କରାଯିବ ।

ଯେଉଁ ବ୍ୟବସାୟୀ ଓ ଲୋକମାନେ ନିୟମକୁ ପାଳନ କରୁ ନାହାନ୍ତିି ସେମାନଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ନିଷ୍ପତି ନିଆଯିବା ସହ ତାହା ସନ୍ଧ୍ୟାରେ କାର୍ଯ୍ୟକାରୀ ହୋଇଛି । ଏଥିପାଇଁ ଅଧିକ ପଚାଶ ଜଣ ପୋଲିସ ଅଧିକାରୀ ଓ ୫ ପ୍ଲାଟୁନ୍ ଫୋର୍ସ ମଧ୍ୟ କମିଶନରେଟ୍ ପୋଲିସକୁ ଯୋଗାଇ ଦିଆଯାଇଛି । ଭୁବନେଶ୍ୱର ସହରକୁ ତିନୋଟି ସ୍ୱତନ୍ତ୍ର ଜୋନ୍ରେ ବିଭକ୍ତ କରାଯାଇଛି । ଜୋନ୍ ଦାୟିତ୍ୱରେ ଡିସିପି ପାହ୍ୟା ଅଫିସର ରହିବେ ବୋଲି ବୈଠକରେ ନିଷ୍ପତି ହୋଇଛି ।

ଡିଜିପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ମାର୍କେଟ ଅଞ୍ଚଳରେ କୋଭିଡ ଏନଫୋର୍ସମେଣ୍ଟ ଟିମ୍ ରହିବ । ଏହି ଟିମ୍ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ । ଏହାସହ ହଟସ୍ପଟ ଅଞ୍ଚଳରେ କଡା ନଜର ରଖାଯିବା ସହ କୋଭିଡ୍-୧୯କୁ କଡାକଡି ଭାବେ କାର୍ଯ୍ୟକାରି କରାଯିବ । କୋଭିଡ୍-୧୯ ସମ୍ବଧୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ୱର-କଟକରେ ଅଧିକ ୫୦ ପୋଲିସ ଅଫିସର ଓ ୫ ପ୍ଲାଟୁନ ପୋଲିସ ମୁତୟନ ରହିବେ । ଏମାନେ କୋଭିଡ ଏନଫୋର୍ସମେଣ୍ଟ ଟିମ୍କୁ ଅଧିକ କ୍ରିୟାଶୀଳ କରିବାରେ ସହଯୋଗ କରିବେ । କୋଭିଡ ଏନଫୋର୍ସମେଣ୍ଟ ପାଇଁ ଭୁବନେଶ୍ୱରକୁ ୩ଟି ଜୋନ୍ରେ ଭାଗ କରାଯିବ ଏବଂ ପ୍ରତି ଜୋନର ଦାୟିତ୍ୱ ନେବେ ଜଣେ ଲେଖାଏଁ ଡିସିପି ପାହ୍ୟା ଅଫିସର । ଦ୍ୱୈତନଗରୀ ପୋଲିସ ଷ୍ଟେଟ୍ ସେଣ୍ଟ୍ରାଲ୍ ଷ୍ଟୋରରୁ ଅଧିକ ପିପିଇ କିଟ୍ ଓ ଫେସ୍ ମାକ୍ସ ସଂଗ୍ରହ କରିବେ ଏବଂ ସେମାନଙ୍କ କର୍ମଚାରୀମାନଙ୍କୁ ତାହାର ବ୍ୟବହାର କରିବାକୁ ଉତ୍ସାହିତ କରିବେ । କୋଭିଡ୍ ସଂକ୍ରମିତ ପୋଲିସ କର୍ମଚାରୀଙ୍କ ଭଲ ଯତ୍ନ ନିଆଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।

ଏହି ବୈଠକରେ ଡିଜିପି ଶ୍ରୀ ଅଭୟ ଅଧ୍ୟକ୍ଷତା କରିଥିବାବେଳେ ପୋଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀ, ଆଇଜି ଆଇନଶୃଙ୍ଖଳା ଏସ୍ ପ୍ରବୀଣ କୁମାର, ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂ ଓ ଏଆଇଜି(ମୁଖ୍ୟାଳୟ) ବିବେକାନନ୍ଦ ଶର୍ମା ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକରେ କହିଥିଲେ ଯେ, ରାଜ୍ୟର ଅନ୍ୟ ଅଞ୍ଚଳରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ ଥିବା ବେଳେ ଭୁବନେଶ୍ୱର ଓ କଟକରେ ଏହା ସେତେଟା ଉତ୍ସାହଜନକ ନାହିଁ । ତେଣୁ ଭୁବନେଶ୍ୱର ଓ କଟକ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୋଲିସ ମହାନିଦେ୍ର୍ଦଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ।

Nalco
Leave A Reply